ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ
କୋରାପୁଟ, (ହେମନ୍ତ ପାଣଗ୍ରାହୀ) : କୋରାପୁଟ ସାଂସ୍କୃତିକ ପରିଷଦ ପରିସରରେ ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଏପ୍ରିଲ ମାସ ୭ ତାରିଖରୁ ଆରମ୍ଭ ହୋଇ ୮ ଦିନ ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବ କୋରାପୁଟ ସାଂସ୍କୃତିକ ପରିଷଦ ମଞ୍ଚରେ ଆୟୋଜନ କରାଯିବ ବୋଲି ସଂଘ ସଂପାଦକ ଶୁଭକାନ୍ତ ପାଢ଼ୀ କହିଛନ୍ତି।ଏହି ମହୋତ୍ସବରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ନାଟକ ପରିବେଷଣ କରାଯିବ ।ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ସାଂସ୍କୃତିକ ପରିଷଦର ସଭାପତି ଶିବ ପ୍ରସାଦ ରଥ,ସଂପାଦକ ଅତନୁ ପଟନାୟକ, ଓଡ଼ିଶା ନାଟ୍ୟ ସଂଘର ଦକ୍ଷିଣାଞ୍ଚଳ ଉପ ସଭାପତି ମନୋଜ ଦଣ୍ଡପାଟ, ଯୁଗ୍ମ ସମ୍ପାଦକ ସମୀର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୁନାବେଡା ଉତ୍କଳ ସାଂସ୍କୃତିକ ପରିଷଦ ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।