ବଚପନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଜଙ୍ଗଲ ସଫାରୀ ପାଳିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଶହୀଦ ସ୍ମୃତି ଭଵନ ପରିସର ରେ ଵଚପନ ବିଦ୍ୟାଳୟ ର ଅଧ୍ୟକ୍ଷା ମିନାକ୍ଷୀ ପାତ୍ର ଙ୍କ ପୌରହିତ୍ୟ ରେ ବାର୍ଷିକ ଉତ୍ସବ ପାଳିତ ହେଇଯାଇଅଛି, ମୟୁରଭଞ୍ଜ ଜିଲ୍ଲା ର ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭାବରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ମହାବିଦ୍ୟାଳୟ ର ଅତିରିକ୍ତ ଡିନ ପ୍ରଫେସର ରିତାଞ୍ଜଳୀ ବେହେରା ଯୋଗ ଦେଇ ପିଲାଙ୍କୁ ନୈତିକ ମୂଲ୍ୟବୋଧ ବିଷୟରେ ଗୁରୁତ୍ୱାରୋପ କରିଥିଲେ, ଅନୁଷ୍ଠାନ ର ମ୍ୟାନେଜମେଣ୍ଟ ଟ୍ରଷ୍ଟି ସ୍ୱରୂପ କୁମାର ଦାସ ଏବଂ ଟ୍ରଷ୍ଟି ମାନଙ୍କ ମଧ୍ୟରେ ସୌମେନ ମହାନ୍ତି , ଶୁଭସ୍ମିତା ମହାନ୍ତି, ଶୁଭ୍ରାନ୍ତି ମହାନ୍ତି , ଅମିତ କୁମାର ବେହେରା କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ପୂର୍ଣ୍ଣ ସହଯୋଗ କରିଥିଲେ, କୁନି କୁନି ପିଲାଙ୍କ ଦ୍ୱାରା ଖୁବ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ ହୋଇଥିଲା, ପରିଶେଷରେ ଜାନ୍ନଭି ଭଟ୍ଟର ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ.