ବହୁ ଗରିବ ଶ୍ରେଣୀର ରେସନକାର୍ଡରୁ ବଂଚିତ, କାର୍ଯ୍ୟାଳୟ ଘେରାଉ କରିଲେ ଜନପ୍ରତିନିଧି ଓ ବାଦ ପଡିଥିବା ହିତାଧିକାରୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଲକରେ ବହୁ ଯୋଗ୍ୟ ହିତାଧିକାରୀମାନେ ରେସନକାର୍ଡରୁ ବଚିଂତ ହୋଇଥିବା ବେଳେ ବହୁ ଅଯୋଗ୍ୟଙ୍କୁ ମିଳିଛି ନୂତନ ରେସନକାର୍ଡ ଏନେଇ ଛତ୍ରପୁର ବ୍ଲକର ରେସନ ବିଭାଗକୁ ଘେରାଉ କରିଥିଲେ ଜନପ୍ରତିନିଧି ଓ ହିତାଧିକାରୀ। ଇ-ଶ୍ରମ କାର୍ଡରେ ପୋଟ୍ରାଲ ପଞ୍ଜିକୃତ କରିଥିବା ପ୍ରବାସୀ ଶ୍ରମିକଙ୍କୁ ଯାଂଚ କରି ରେସନକାର୍ଡ ମିଳିବା କଥା, କିନ୍ତୁ ବହୁ ଅଯୋଗ୍ୟ ହାତେଇଥିବା ବେଳେ ବ୍ଲକର ବିଭିନ୍ନ ପଚାଂୟତ ର ଇ-ଶ୍ରମ କାର୍ଡରେ ରେସନ କାର୍ଡ ପାଇବା ପାଇଁ ଆବେଦନ କରିଥିଲେ ବି ସେମାନେ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି। ବ୍ଲକରେ ୧୭୩୫ ଟି ଇ-ଶ୍ରମ କାର୍ଡ ଜରିଆରେ ପୋଟ୍ରାଲରେ ରେସନ କାର୍ଡ ପାଇଁ ଆବେଦନ ଆସିଥିବା ବେଳେ ୧୩୨୬ ଜଣ ନୂତନ ରେସନ କାର୍ଡ ପାଇଥିବା ବ୍ଲକ ପକ୍ଷରୁ ସୂଚନା ମିଳିଛି। ଆହୁରି ୪ଶହ ଉର୍ଦ୍ଧ୍ୱ ବଂଚିତ ହୋଇଛନ୍ତି। ଏନେଇ ବ୍ଲକର ବିଭିନ୍ନ ପଚାଂୟତର ପ୍ରତନିଧିମାନେ ନିଜ ନିଜ ପଚାଂୟତରେ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଆକ୍ରୋଶର ଶିକାର ହେଉଛନ୍ତି। ଯାହାଫଳରେ ଆଜି ପୂର୍ବତନ ଜିଲାପରିଷଦ ସଭ୍ୟ ମୁନା ଦାସ, ବାପି ଦାସ, ଅଶୋକ ପାଣିଗ୍ରାହୀ, ଶମ୍ବୁନାଥ ସ୍ୱାଇଁ , ଗଗନ ବେହେରା , ଏନ.ରମେଶ ରେଡ୍ଡୀ ଙ୍କ ସମେତ ବିଭିନ୍ନ ପଚାଂୟତର ପ୍ରତିନିଧି ବ୍ଲକର ରେସନକାର୍ଡ ବିଭାଗ ଅଧିକାରୀଙ୍କୁ ଘେରାଉ କରିଥିଲେ। ବହୁ ଅଯୋଗ୍ୟ ହିତାଧିକାରୀ ଏହି କାର୍ଡ ହାତେଇଥିବା କହିଥିଲେ। ଯାହାଫଳରେ ବହୁ ଯୋଗ୍ୟ ହିତାଧିକାରୀ ସଠିକ ଯାଂଚ ହୋଉଇନଥିବାରୁ ସେମାନେ ବାଦ ପଡିଛନ୍ତି, ତୁରନ୍ତ ସେମାନଙ୍କୁ ରେସନ କାର୍ଡ ପ୍ରଦାନ ଦାବୀ ହୋଇଛି। ଅଧିକାରୀ ମାନେ ସଠିକ ଯାଂଚ ନକରି ନିଜ ନିଜ ଇଛାରେ ଏହିସବୁ କରିଛନ୍ତି , ଏପରିକି ପୋଡାପଦର ଗ୍ରାମର ଧନୁ ବେହେରା ମହିଳା ଜଣକ ରାସନ କାର୍ଡ ପାଇଥିଲେ ସେ ବଂଚିଥିବା ବେଳେ ତାହା ମୃତ୍ୟୁ ଦର୍ଶାଇ ରାସନ କାର୍ଡରୁ ବାଦ ପଡିଛି ସେ ବହୁ ବାର ଅଭିଯୋଗ କରିଲେ ବି ଏଯାବତ ମିଳୁନାହିଁ। ସେହିପରି ମାଧପୁର ଗ୍ରାମର ଜି.ଆଦିମା ରେଡିଙ୍କ ଝିଅ ଜି.ଦୁଖି ରେଡି ମୃତ୍ୟୁ ଦର୍ଶାଇ କାର୍ଡରୁ ନାମ କଟାଯାଇଛି, ଯାହାକି ସେ ଜିବିତ ରହିଛନ୍ତି । ପରେ ଏବିଡିଓ ଓ ଏସିଏସଓ ଜନପ୍ରତିନିଧି ମାନଙ୍କୁ ବୁଝାଇଥିଲେ। ପୂର୍ବରୁ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ଇ-ଶ୍ରମ କାଡ୍ର ଥିବା ଦାଦନ ଶ୍ରମିକଙ୍କ ରାସନ କାର୍ଡ ଯୋଡିବା ପାଇଁ ଏକ ସ୍ମାରକପତ୍ର ମଧ୍ୟମରେ ଜିଲାପାଳଙ୍କୁ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ