ବାଲେଶ୍ୱର କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ବାଲେଶ୍ୱରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଗତ ତିନିବର୍ଷ ଧରି ଦାବି ଗଣତାନ୍ତ୍ରିକ ଆନ୍ଦୋଳନ ହୋଇଆସୁଛି । ସମିତିର ସଭାପତି ଡକ୍ଟର କେଶବଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପାଦକ ଅଭୟ ଚନ୍ଦ୍ର ମିଶ୍ର ବିବରଣୀପାଠ କରିଥିଲାବେଳେ କୋଷାଧ୍ୟକ୍ଷ ଭାସ୍କରଚନ୍ଦ୍ର ପାଢ଼ୀ ଆୟବ୍ୟୟ ବୈଠକରେ ଉପସ୍ଥାପନ କରିଥିଲେ । ସଭାପତି ଡକ୍ଟର ପଣ୍ଡା ଗତ ତିନବର୍ଷ ଧରି ଜିଲ୍ଲାବାସୀଙ୍କ ପକ୍ଷରୁସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ କ୍ରିୟାନୁଷ୍ଠାନ ସମିତି ଧାରାବାହିକ ଭାବେ ସ୍ମାରକପତ୍ର ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ତଥା ପ୍ରଧନା କୃଷି ସଚିବ ଓ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇସାରିଛନ୍ତି ବୋଲି ସଭାରେ ମତ ରଖିଥିଲେ । ଇତି ମଧ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱରର କୁଳପତି ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ନିମିତ୍ତ ସେମାନଙ୍କର ମତାମତ ସରକାରଙ୍କୁ ଜଣାଇ ସାରିଛନ୍ତି । ଉକ୍ତ ପରିପ୍ରେକ୍ଷୀରେ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ବିଚାର କରିବାକୁ, ଦୃଷ୍ଟିଦେବାକୁ ତଥା ସରକାର ଏ ବିଷୟରେ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ବାଲେଶ୍ୱରବାସୀଙ୍କ ତରଫରୁ କ୍ରିୟାନୁଷ୍ଠାନ କମିଟି ଦାବି କରିଥିଲା ।ଏ ସମ୍ପର୍କରେ ଆଜିର ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତା ୨୪-୧୧-ରବିବାର ୧୦ଟା ସମୟରେ ପଢ଼ୁଆପଦାସ୍ଥିତ ଉଠାଜଳସେଚନ ସଂଘ ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିବାକୁ ସମ୍ପାଦକଙ୍କୁ ଅନୁରୋଧ କରାଯାଇଛି । ପୁନଶ୍ଚ ଆଗାମୀ ବର୍ଷ ମାର୍ଚ୍ଚ ୨୫ରେ ସମିତିର ବାର୍ଷିକ ଉତ୍ସବ କରାଯିବା ପାଇଁ ସ୍ଥିର ହେଲା । ଏହି ବୈଠକରେ ନିରଞ୍ଜନ ପରିଡ଼ା, ଡକ୍ଟର କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, ଅକ୍ଷୟ କୁମାର ତ୍ରିପାଠୀ, ରବିନାରାୟଣ ଭୋଳ, ଶ୍ୟାମସୁନ୍ଦର ଜେନା, ହରନାରାୟଣ ମଢ଼ୁଆଳ, ମନୋଜ କୁମାର ବେହେରା, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଅପର୍ଣ୍ଣା ମହାପାତ୍ର, ସୁରେନ୍ଦ୍ର ପ୍ରସାଦ ଦୀକ୍ଷିତ, ରମେଶ ଚନ୍ଦ୍ର ଜେନା, ହରିହର ପରିଡ଼ା, ଲକ୍ଷ୍ମୀନାରାୟଣ କମିଳା, ରବି କୁମାର ପାଣିଗ୍ରାହୀ, ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଦେବା ସହ ସହଯୋଗ କରିଥିଲେ । ଶେଷରେ ଗୋବିନ୍ଦ ଚନ୍ଦ୍ର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।