ବ୍ୟାଚଲର ଲାଇଫକୁ ଆଜି ଅଲବିଦା କରିବେ ପ୍ରଦୀପ ମାଝୀ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁରର ପୂର୍ବ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ ବୁଧବାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗୋଆର ପାଞ୍ଜିମ ଠାରେ ତାଙ୍କର ବିବାହ ଉତ୍ସବ ହେବ ବୋଲି ସୂଚନା ମିଳିଛି। ପ୍ରଦୀପ ପ୍ରେମ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ସାତ ଜନମର ସାଥୀ ହେବେ ଭୁବନେଶ୍ବର ପଳାଶୁଣୀର ଯୁବତୀ ସଙ୍ଗୀତା ସାହୁ । ସଙ୍ଗୀତା ଭୁବନେଶ୍ଵରରେ ଡିଜିଟାଲ ଷ୍ଟାର୍ଟଅପ୍ ଚଳାଉଥିବା ଜଣାପଡ଼ିଛି। ଉଭୟଙ୍କ ମଧ୍ୟରେ ୪ ବର୍ଷ ଧରି ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା ।ପ୍ରଦୀପ ନିଜ ଵିଵାହକୁ ଅତ୍ୟନ୍ତ ଗୋପନରେ କରିବା ପାଇଁ ଗୋଆକୁ ୱେଡିଂ ଡେଷ୍ଟିନେସନ୍‌ ଭାବେ ବାଛିଛନ୍ତି। ଏହି ବିବାହରେ ତାଙ୍କ ବାପା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ, ଭାଇ ପ୍ରସନ୍ନ ମାଝୀ, ଭଉଣୀ ଓ ଜ୍ବାଇଁଙ୍କ ସମେତ ଖୁବ୍ କମ୍ ଲୋକ ଯୋଗଦେବା ସୂଚନା ରହିଛି। ବିବାହ ଉତ୍ସବରୁ ଫେରିବା ପରେ ପ୍ରଦୀପ ଜିଲ୍ଲାରେ ଏକ ଭୋଜିର ଆୟୋଜନ କରିବେ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ