ମାନବିକତା ଦେଖାଇଲେ ବନପାଳ ଏବଂ ସାମ୍ବାଦିକ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ମାନବିକତା ହେଉଛି ଅନ୍ୟମାନଙ୍କ ପ୍ରତି ଦୟାଳୁ, ଭାବପ୍ରବଣ ଏବଂ ସହାନୁଭୂତିଶୀଳ ହେବାର ଗୁଣ। ଏହା ସମସ୍ତଙ୍କ ପାଖରେ ରହିବା ଦରକାର କିନ୍ତୁ ଆଜିକାଲି ଏହା ପାଖରେ ମିଳିବା ବହୁତ୍ କଷ୍ଟସାଧ୍ୟ ହୋଇ ଯାଇଛି। ସମସ୍ତେ ନିଜ ନିଜର ଜୀବନରେ ବ୍ୟସ୍ତତା ଭିତରେ ଏତେ ସ୍ୱାର୍ଥପର ପାଲଟି ଯାଇଛନ୍ତି ଯେ ଜଣେ ମରି ଯାଉଥିଲେ ମଧ୍ୟ ପାଣି ଟୋପେ ବି ଦିଅନ୍ତିନାହିଁ। କିନ୍ତୁ ସମସ୍ତେ ଏକାପରି ନୁହନ୍ତି, ଆଜି ର ଏଭଳି ସ୍ୱାର୍ଥପର ଦୁନିଆରେ ମଣିଷ ପଣିଆ ବି ବଞ୍ଚି ରହିଛି | ଏହାକୁ ପ୍ରମାଣ କରିଦେଖାଇଲେ ଜଣେ ସାମ୍ବାଦିକ ଏବଂ ବନପାଳ କଳାବଦନ ଦାଶ। ସାମ୍ବାଦିକ ଜଣକ ନିଜ ପରିଚୟ ଦେବାକୁ ମନା କରିଛନ୍ତି, ସେ କହିଛନ୍ତି ଯେ ନାମରେ କିଛି ନାହି କାମରେ ବିଶ୍ୱାସ ରଖନ୍ତୁ। ବିଚରା ମାଙ୍କଡ଼ର ହାତଟି ଭଲ ହୋଇଯାଉ ବୋଲି ସେ ଭଗବାନ ଶ୍ରୀରାମ ଙ୍କୁ ପ୍ରାର୍ଥନା କରିଛନ୍ତି। ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଂ ବନାଞ୍ଚଳ ର ଗାୟାଗଣ୍ଡା ସେକ୍ସନ ରେ ଗଣେଶ ପୂଜା ଦିନ ଏକ ପାତି ମାଙ୍କଡ଼ର ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଡ଼ରେ ପଡ଼ି ରହିଥିଲା। ସେ ସମୟରେ ଜଣେ ସାମ୍ବାଦିକ ଏହାକୁ ଦେଖି ତାରାସିଂ ବନାଞ୍ଚଳ ମୁଖ୍ୟାଳୟ ବନପାଳ କଳାବଦନ ଦାଶ ଙ୍କୁ କଲ କରି ମାଙ୍କଡ଼ର ଅବସ୍ଥା ବିଷୟରେ ଜଣାଇଥିଲେ। ବନପାଳ କିଛି ବ୍ୟକ୍ତିଗତ କାର୍ଯ୍ୟ କରୁଥିଲେ କିନ୍ତୁ ନିଜ କାର୍ଯ୍ୟ କୁ ଅଧାରେ ଛାଡ଼ି ସେ ମାଙ୍କଡ ନିକଟରେ ଆସି ପହଞ୍ଚି ଦେଖିଥିଲେ ମାଙ୍କଡ ଟି ର ହାତ ଭାଙ୍ଗି ଯାଇଛି। ସେ ମାଙ୍କଡଟି କୁ ବନାଞ୍ଚଳ ମୁଖ୍ୟାଳୟ କୁ ନେଇ ସେଠାରେ ପଶୁ ଡାକ୍ତର ଙ୍କୁ ଡାକିଥିଲେ, ପରେ ଭଂଜନଗର ସ୍ଥିତ ପଶୁ ଡାକ୍ତରଖନା ରେ ଚିକିତ୍ସା ନହେବା ଫଳରେ ଆସ୍କା ସ୍ଥିତ ପଶୁ ଡାକ୍ତରଖାନା କୁ ନେଇ ସେଠାରେ ମାଙ୍କଡଟିକୁ ଅସ୍ତ୍ରପଚାର କରି ମାଙ୍କଡଟି ର ଚିକିତ୍ସା କରୁଛନ୍ତି। ଏକ୍ସରେ କରିବା ପରେ ମାଙ୍କଡଟି ର ଏକ ହାତ ଭାଙ୍ଗି ଯାଇଥିବା ଜଣା ପଡ଼ିଥିଲା, ପରେ ମାଙ୍କଡ ହାତକୁ ଅସ୍ତ୍ରୋପଚାର କରି ରଡ୍ ଲଗା ଯାଇଥିଲା| ବର୍ତ୍ତମାନ ମାଙ୍କଡ଼ର ସ୍ବାସ୍ଥ୍ୟ ଅବସ୍ଥାରେ ବହୁତ ସୁଧାର ଆସିଛି କିନ୍ତୁ ଗୋଟେ ଗୋଡ଼ ଅଚଳ ଅଛି। କହିବାକୁ ଗଲେ ବର୍ତମାନ ହାତ ଟି ଶତ ପ୍ରତିଶତ ରୁ ଅଶି ପ୍ରତିଶତ ଭଲ ହୋଇ ସାରିଲାଣି। ମାଙ୍କଡଟି ବନାଞ୍ଚଳ ପରିସର ଭିତରେ ଖୁସିରେ ଖେଳି ବୁଲୁଛି। ଆଜି କାଲି ଦୁନିଆରେ ରାସ୍ତା କଡ଼ରେ କିଏ ଦୁର୍ଘଟଣାରେ ପ୍ରାଣ ହରାଇ ବସୁଥିଲେ ମଧ୍ୟ କେହି ଭି ଆମ୍ବୁଲାନ୍ସ କୁ ଯୋଗାଯୋଗ ବା ପାଣି ଟୋପେ ବି ଦେଉ ନାହାନ୍ତି, ଅଜଣା ସାମ୍ବାଦିକ ଏଵଂ ବନପାଳ ଙ୍କ ଏହି ମଣିଷ ପଣିଆ ଦର୍ଶାଉଛି ଯେ ଦୁନିଆରେ ଏମିତି ବି ମଣିଷ ଅଛନ୍ତି ଯିଏ କି ନିରୀହ ପଶୁ ମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି।