ମା ‘ ଜଗତ ଜନନୀ ସେବା ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ

କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ଜିଲ୍ଲା ରେ ଧିରେ ଧିରେ ଥଣ୍ଡା ର ପ୍ରକୋପ ବଢ଼ିବାରେ ଲାଗିଛି । ଫଳରେ ଅସହାୟ, ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ର ଆଶ୍ରୟ ନେବା ସହ ବହୁ କଷ୍ଟ ଅନୁଭବ କରୁଥିବା ଦେଖିବାକୁ ମିଳୁଛି । ଏହାକୁ ଆଖି ଆଗରେ ରଖି ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ବାମେବାରୀ, ନିମ୍ଭୀରସ୍ଥିତ ମା’ ଜଗତ ଜନନୀ ସେବା ଟ୍ରଷ୍ଟ ପକ୍ଷରୁ ଦୁଇ ଦିନ ହେବ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ତେବେ ନମ୍ଭୀରସ୍ଥିତ ମା ‘ ଜଗତ ଜନନୀ ସେବା ଟ୍ରଷ୍ଟ ପକ୍ଷରୁ ବୁଧବାର ଦିନ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡା ପଞ୍ଚାୟତ ର ସୋଲଗୋଡା ଗ୍ରାମରେ ଏବଂ ଗୁରୁବାର ଦିନ ଝୁମ୍ପୁରା ପଞ୍ଚାୟତ ର ଭାଲୁକା, ଉଖଣ୍ଡା ପଞ୍ଚାୟତ ର କଞ୍ଚନଡୁମୁରିଆ ଏବଂ ନିଶ୍ଚିନ୍ତପୁର ପଞ୍ଚାୟତ ର ନିଶ୍ଚିନ୍ତପୁର ଗ୍ରାମରେ କମ୍ବଳ ବଣ୍ଟନ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସାଧାରଣତଃ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଏବଂ ଅସହାୟ ଲୋକଙ୍କୁ ସାମିଲ କରାଯାଇ କମ୍ବଳ ପ୍ରଦାନ କରାଯାଇଛି । କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ରେ ସେବା ଟ୍ରଷ୍ଟ ପକ୍ଷରୁ ଡମ୍ବରୁଧର ବାରିକ, ବୁଦ୍ଧଦେବ ଗିରି, ଆନନ୍ଦଚନ୍ଦ୍ର ପ୍ରଧାନ, ପରାଶର ପ୍ରଧାନ, ଝୁମ୍ପୁରା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବୈଜୟନ୍ତୀ ନାଏକ, ସମିତି ସଭ୍ୟ କୁଞ୍ଜବିହାରୀ ନାଏକ, ଗୌରାଙ୍ଗ ମହାରଣା, ରମାକାନ୍ତ ନାଏକ, ମହେନ୍ଦ୍ର ସାହୁ, ନିଶ୍ଚିନ୍ତପୁର ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟା ଲାବଣ୍ୟବତୀ ନାଏକ, ନାରଦପୁର ପୂର୍ବତନ ସମିତି ସଭ୍ୟା ଝରଣା ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ