ରକ୍ତଦାନ ଶିବିର ଆୟୋଜନ କରି ଜନ୍ମଦିନ ପାଳନ କଲେ ପରିବେଶବିତ୍‍ ବି.ଶ୍ରୀକାନ୍ତ

ଆସିକା, (ୱାଇଏନ୍‍ଏସ୍‍):ଜନ୍ମଦିନ ଉତ୍ସବକୁ କେକ୍ କାଟି ଜାକ୍‌ଜକମରେ ପାଳନ କରିବା ପରିବର୍ତ୍ତେ ରକ୍ତଦାନ ଶିବିର ଆୟୋଜନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମୀ ଗ୍ରାମର ଟିମ୍‍ ହେଲ୍ପିଂ ହେଣ୍ଡର ପ୍ରତିଷ୍ଠାତା ତଥା ସଭାପତି ବି.ଶ୍ରୀକାନ୍ତ ପାତ୍ର । ରକ୍ତ ଭଣ୍ଡାରରେ ରକ୍ତର ଆବଶ୍ୟକତାକୁ ଦୁର କରିବା ପାଇଁ ନିଜର ୨୨ତମ ଜନ୍ମଦିନରେ ବରିଷ୍ଠ ଯୁବସମାଜସେବୀ, ପରିବେଶବିତ୍‍ ତଥା ପ୍ରକୃତିପ୍ରେମୀ, ଟିମ୍‍ ହେଲ୍ପିଂ ହ୍ୟାଣ୍ଡର ପ୍ରତିଷ୍ଠାତା ତଥା ସଭାପତି ବି.ଶ୍ରୀକାନ୍ତ ପାତ୍ର ଦେବଭୂମୀ ଗ୍ରାମର କଲ୍ୟାଣମଣ୍ଡପ ପରିସରରେ ସୋମବାର ଆୟୋଜନ କରିଥିଲେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର, ମାଗଣା ଚକ୍ଷୁ ଚିିକିତ୍ସା ଶିବିର, ପରିବେଶର ସୁରକ୍ଷା ଲାଗି ଚାରାରୋପଣ କାର୍ଯ୍ୟକ୍ରମ, ଗରିବ ଏବଂ ଅସହାୟକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଖାଦ୍ୟ ବଣ୍ଟନ, ମାଗଣା ରକ୍ତଚାପ ଓ ମଧୁମେହ ପରୀକ୍ଷା ଭଳି ବହୁବିଧ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ । ବରିଷ୍ଠ ସମାଜସେବୀ ତଥା ପରିବେଶବିତ୍‍ ବି.ଶ୍ରୀକାନ୍ତ ପାତ୍ରଙ୍କ ପିତା ବି.ଗଣେଶ ପାତ୍ର, ମାତା ବି.ଦ୍ରୌପଦୀ ପାତ୍ରଙ୍କ ସମେତ ଶହଶହ ଶୁଭେଛୁ ଓ ସମର୍ଥକ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଦେବଭୂମୀ ଗ୍ରାମର ଯୁବ ସମାଜସେବୀ ତଥା ଟିମ୍‍ ହେଲପିଂ ହ୍ୟାଣ୍ଡର ପ୍ରତିଷ୍ଠାତା ତଥା ସଭାପତି ବି.ଶ୍ରୀକାନ୍ତ ପାତ୍ରଙ୍କ ସଂଯୋଜନା ଓ ଅକ୍ଳାନ୍ତ ପ୍ରଚେଷ୍ଠାରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱେଚ୍ଛାକୃତ ମାଗଣା ରକ୍ତଦାନ ଶିବିିରର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଆସିକା ତହସିଲଦାର ସଙ୍ଗୀତା ସେଣ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ଆୟୋଜକଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବରିଷ୍ଠ ସମାଜସେବୀ ତଥା ଦେବଭୂମୀ ଗ୍ରାମର ଟିମ୍‍ ହେଲ୍ପିଂ ହ୍ୟାଣ୍ଡର ପ୍ରତିଷ୍ଠାତା ତଥା ସଭାପତି ବି.ଶ୍ରୀକାନ୍ତ ପାତ୍ର ନିଜର ୨୨ତମ ଜନ୍ମଦିନରେ ସ୍ୱେଛାକୃତ ରକ୍ତଦାନ ଶିବିର ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସମେତ ଅନ୍ୟାନ୍ୟ କେତେକ ଜନକଲ୍ୟାଣକାରୀ ଓ ପରିବେଶ ସୁରକ୍ଷାକାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଯୋଗୁଁ ସାଧାରଣରେ ତାଙ୍କର ଏହି ମହତ୍ ପଦକ୍ଷେପକୁ ବିଭିନ୍ନ ମହଲରେ ଉଚ୍ଚପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି । ଏହି ମେଗା ରକ୍ତଦାନ ଶିବିରରେ ବ୍ରହ୍ମପୁର ବଡ ମେଡିକାଲ ରକ୍ତଭଣ୍ଡାରର ଡାକ୍ତର ମନୋଜ କୁମାର ଟୁଡୁ, ସୁଜିତ୍‍ କୁମାର ସାହୁ, ଅନୁରାଗ ସାମନ୍ତରାୟ, ଡମ୍ବରୁ କାର୍କୀ, ପ୍ରଜ୍ଞା ପରିମିତା ବିଶ୍ୱାଳ, ତୃପ୍ତିମୟୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲା ବେଳେ ସମୂଦାୟ ୨୫ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇଥିଲା । ଦେବଭୂମୀ ଗ୍ରାମର ସମାଜସେବୀ ଅମର ପ୍ରସାଦ ମୁନି, କେ.ରବିନ୍‍ କୁମାର ପାତ୍ର, ସୁରଜ କୁମାର ବିଶ୍ୱାଳ, ନିରଂଜନ ନାୟକ, ମନୋଜ ବସନ୍ତିଆ, ପ୍ରିୟାଂଶୁ ମୁନି, କାଳିଆ ନାହାକ, ଶ୍ରୀକାନ୍ତ ନାହାକ, ବି.କୁଶ ପାତ୍ର, ଲବ ସାହୁ, ସିମାଂଚଳ ସ୍ୱାଇଁ, ଚିନୁ ନାହାକ, କାହ୍ନୁ ନାହାକ, ଅନିଲ୍‍ ଗୌଡ, କାହ୍ନା ବେହେରା, ଆପାରାଓ ଆଚାରୀଙ୍କ ସମେତ ବହୁ ଯୁବପିଢୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ବରିଷ୍ଠ ସମାଜସେବୀ ,ପରିବେଶବିତ୍‍ ତଥା ଦେବଭୂମୀ ଗ୍ରାମର ଟିମ୍‍ ହେଲ୍ପିଂ ହ୍ୟାଣ୍ଡର ପ୍ରତିଷ୍ଠାତା ତଥା ସଭାପତି ବି.ଶ୍ରୀକାନ୍ତ ପାତ୍ରଙ୍କ ଜନ୍ମଦିନ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ସ୍ୱେଚ୍ଛାସେବୀ, ଯୁବପିଢୀ, ଗ୍ରାମବାସୀ, ଶୁଭେଚ୍ଛୁ, ସମର୍ଥକ ଯୋଗଦେଇ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ