ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ

ନବରଙ୍ଗପୁର,(ୱାଏନଏସ): ଆଗକୁ ଦୀପାବଳୀ ଥିବାରୁ ଏବେଠାରୁ ବ୍ୟବସାୟୀ ମାନେ ବାଣ ଆଣି ଲୁଚାଇ ଠୁଳ କରିବା ଆରମ୍ଭ କରିଦେଲେଣି । ବାଣ ପାଇଁ ଲାଇସେନ୍ସ ନଥାଇ ବେଆଇନ ଭାବେ ବାଣ ଠୁଳ କରିଥିବା ଖବର ପାଇ ପୋଲିସ ଚଢ଼ାଉ କରିଛି l ନବରଙ୍ଗପୁର ଜିଲ୍ଲା ଖାତିଗୁଡାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିବାପରେ ଜବତ ହେଲା 4ଲକ୍ଷରୁ ଉର୍ଦ୍ଧ ଟଙ୍କାର ବାଣ l ଆଗକୁ ଦୀପାବଳି ଥିବାରୁ ବାଣ ବ୍ୟବସାୟ କରିବା ପାଇ ସ୍ଥାନୀୟ ଥାନା ଏବଂ ଅଗ୍ନିଶମ ବାହିନୀର ଅନୁମତି ମିଳିବା ପରେ ଜଣେ ବ୍ୟବସାୟୀ ଙ୍କୁ ମିଳିବ ଲାଇସେନ୍ସ l ହେଲେ ବିନା ଅନୁମତି ଏବଂ ଲାଇସେନ୍ସ ରେ ବାଣ ଆଣି ନିଜ ଗୋଦାମ ରେ ବେଆଇନ ଭାବେ ବିକ୍ରି ହେଉଥିଲା l ରକେଟ, ଝୁରୁଝୁରି, ମରିଚ ବାଣ,ସୁତା ବାଣ, ଟାଇଗର ବମ୍ବ ଭଳି ଅନେକ ବାଣ l ଖାତିଗୁଡା ଥାନା ପୋଲିସ ସୁରଜ କିଷାନ ମହାନ୍ତି ନାମକ ବ୍ୟକ୍ତି ଙ୍କ ଗୋଦାମ ରେ ଅଚାନକ ଚଢ଼ାଉ କରି ତାଙ୍କ ଘରୁ ଜବତ କରିଥିଲା ମୋଟ 4 ଲକ୍ଷ 20ହଜାର ଟଙ୍କାର ବେଆଇନ ବାଣ । ଚଢ଼ାଉ ବେଳେ ପୋଲିସ କୁ କୌଣସି ବି ଅନୁମତି ପତ୍ର କି ଲାଇସେନ୍ସ ଦେଖେଇ ପାରି ନଥିଲେ ସୁରଜ l ତେଣୁ, ସମସ୍ତ ବାଣ କୁ ପୋଲିସ ଜବତ କରିବା ସହ ବ୍ୟବସାୟୀଙ୍କ ନାମରେ ଖାତିଗୁଡା ଥାନା ରେ 154/24 ରେ ମାମଲା ରୁଜୁ କରିବା ସହ ନୋଟିସ କରି ଛାଡିଦେଇଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ