ସବରେଜିଷ୍ଟର ଅଫିସରେ ତାଲା, ଜମି ବିକ୍ରୀ ବଟା ପାଇଁ ଆସିଥିବା ଲୋକ ଏଥିର ନିରାଶରେ ଫେରିଲେ

ହାଟଡିହି, (ବିକାଶ ବିଶ୍ୱାଳ):ଆଜି କୌଣସି ଛୁଟି ଦିବସ ନଥିବା ବେଳେ ହାଟଡିହି ସବ ରେଜିଷ୍ଟର ଅଫିସରେ ତାଲା ନଗୋଲିବାରୁ ଜମିଜମା ବିକ୍ରିବଟା କରିବାକୁ ଦୁର ଦୁରାନ୍ତରୁ ଆସିଥିବା ଲୋକମାନେ ନିରାଶରେ ଫେରି ଯାଇଥିବା ଜଣାଯାଇଛି। ସୂଚନାରୁ ଜଣାଯାଇଛି ହାଟଡିହି ସବରେଜିଷ୍ଟର ଅଫିସ ହାଟଡିହି ତହସିଲ କାର୍ଯ୍ୟଳୟ ପରିସରରେ ଚାଲୁଛି। ଗୁରୁବାର ଜମିଜମା କବଲାହେଉ ନ ଥିବା ବେଳେ ଆଜି ଶୁକ୍ରବାର ଥିବାରୁ ଅନେକ ଲୋକ ଜମି ବିକ୍ରିବଟା ପାଇଁ ଦିନ ୧୦ଟା ବେଳୁ ଦୁର ଦୁରାନ୍ତରୁ ଆସି କାର୍ଯ୍ୟାଳୟ ପରିସରରେ ବସିଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ତାଲା ପଡିଥିଲା। କୌଣସି କର୍ମଚାରୀ ଆଜି କାର୍ଯ୍ୟାଳୟକୁ ଆସି ନଥିବାରୁ କାର୍ଯ୍ୟାଳୟ ଖୋଲାଯାଇନାହିଁ ବୋଲି ତହସିଲ କର୍ମଚାରୀ ମାନେ କହିଥିଲେ। ଏଠାରେ ଥିବା କର୍ମଚାରୀଙ୍କ କେନ୍ଦୁଝର ବଦଳି ହୋଇଥିବା ବେଳେ ଦୁଇଜଣ କର୍ମଚାରୀ କେନ୍ଦୁଝରରୁ ହାଟଡିହିକୁ ଆସିଛନ୍ତି। କିନ୍ତୁ ସେମାନେ ଗତ ବୁଧବାର କାର୍ଯ୍ୟରେ ଯୋଗଦେଇ ପଳାଇ ଥିବାରୁ ଆଜି ତାଲା ଖୋଲି ନ ଥିଲା। ଫଳରେ ଲୋକମାନେ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ। କର୍ମଚାରୀ ମାନଙ୍କ ଉପରେ ଅଧିକାରୀମାନଙ୍କର କର୍ତ୍ତୁତ୍ବ ରହୁ ନଥିବାରୁ ଏପରି ହେଉଛି ବୋଲି ଅଭିଯୋଗ ହେଉଛି। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ