ସର୍ପାଘାତରେ ଥାନା ଆଇଆଇସି ଆହତ

ହାଟଡିହି, (ବିକାଶ ବିଶ୍ୱାଳ):ସର୍ପାଘାତରେ ଆନନ୍ଦପୁର ଥାନା ଆଆଇସି ଆହତ ହୋଇଥିବା ଜଣାପଡ଼ିଛି। ଗତକାଲି ରାତିରେ ବଞ୍ଚୋ ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେଠାକୁ ଡ୍ୟୁଟି ରେ ଯାଇଥିଲେ ଥାନା ଆଇ ଆଇସି ଲକ୍ଷ୍ମୀକାନ୍ତ ପ୍ରଧାନ। ସେଠାରେ ଡ୍ୟୁଟି କରୁଥିବା ବେଳେ ଜଣେ ଏସ ଆଇ ଙ୍କ ଗୋଡ଼ତଳେ ଏକ ସାପ ଥିବା ଦେଖିବା ପରେ ସାପଟିକୁ ଧରି ବହାରେ ଛାଡ଼ିବାକୁ ଚେଷ୍ଟା କରୁଥିବା ସମୟରେ ସାପଟି ଆଇଆଇସି ଙ୍କୁ କାମୁଡି ଦେଇଥିଲା। ତାହା ଏକ ଚିତି ସାପ ବୋଲି ଜଣାପଡିବା ପରେ ଆଇଆଇସି ଉପଖଣ୍ଡ ଡ଼ାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ