ହରପ୍ରିୟା ଦେବୀଙ୍କୁ ଯୁବ ବିଜେଡ଼ି ତରଫରୁ ଶ୍ରଦ୍ଧାଞ୍ଜଳି
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ମହାନଗର ଯୁବ ବିଜେଡ଼ି ତରଫରୁ ସଭାପତି ମୁକୁନ୍ଦ ଗୌଡ଼ ଓ ଉପ ସଭାପତି ତଥା ପୂର୍ବତନ କର୍ପୋରେଟର ବିଶିଷ୍ଟ ସମାଜସେବୀ ଆର. ମୁରଲୀ ମୋହନଙ୍କ ନେତୃତ୍ଵରେ ଏକ ଶୋକ ଶୋଭା ଅନୁଷ୍ଠିତ ହୋଇଯାଇଛି ମହାନଗର ଯୁବ ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ କର୍ପୋରେଟର ଅଭିନ୍ନ ସୁନ୍ଦର ବେହେରାଙ୍କ ମା ସ୍ଵର୍ଗୀୟ ହରପ୍ରିୟା ଦେବୀଙ୍କର ଦେହାନ୍ତ ହୋଇଥିଲା ତାଙ୍କର ଆଜି ନବମ ଦିନ ତାଙ୍କର ଏହି ଅମର ଆତ୍ମାର ସଦ୍ ଗତି ପ୍ରାପ୍ତି ନିମନ୍ତେ ପାର୍ଥନା କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡାଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଡିଏ ଚେୟାରମ୍ଯାନ ସୁବାଷ ମହାରଣା ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏନ. ଧନଞ୍ଜୟ ରାଓ ମହାନଗର ଛାତ୍ର ବିଜେଡି ସଭାପତି ସଞ୍ଜୟ ଜେନା ଓ ସମସ୍ତ ଯୁବ ବିଜେଡ଼ି ର ସଦସ୍ଯ ମାନେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇ ଥିଲେ |