ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଭାରତର ପ୍ରଥମ ୩୦୦ ସିସି ଫ୍ଲେକ୍ସ ଫୁଏଲ୍ ମୋଟରସାଇକଲ୍ “ସିବି୩୦୦ଏଫ୍ ଫ୍ଲେକ୍ସ ଫୁଏଲ୍”ର ଶୁଭାରମ୍ଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ପକ୍ଷରୁ ନୂଆ ସିବି୩୦୦ଏଫ୍ ଫ୍ଲେକ୍ସ ଫୁଏଲ୍କୁ ଉନ୍ମୋଚନ କରାଯାଇଛି ଯାହା ପରିବେଶ ସନ୍ତୁଳିତ ଗମନାଗମନ ଦିଗରେ ଦେଶର ରୂପାନ୍ତରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ପରିବେଶ ସଚେତନ ରାଇଡରମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଭାରତର ଏହି ପ୍ରଥମ ୩୦୦ ସିସି ଫ୍ଲେକ୍ସ ଫୁଏଲ୍ ମୋଟରସାଇକଲ୍କୁ ପ୍ରସ୍ତୁତ କରାଯାଇଛି । ଗ୍ରାହକମାନେ ନିକଟସ୍ଥ ବିଗ୍ୱିଙ୍ଗ ଡିଲର୍ସିପ୍ରେ ଏହାର ବୁକିଂ କରିପାରିବେ । ଏହାର ଏକ୍ସ ସୋ’ରୁମ୍ ଦିଲ୍ଲୀ ମୂଲ୍ୟ ୧,୭୦,୦୦୦ ଟଙ୍କା ରହିଛି ।ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “ହୋଣ୍ଡାରେ ଆମେ ୨୦୫୦ ସୁଦ୍ଧା ଆମ ସମସ୍ତ ଉତ୍ପାଦ ଓ କାର୍ଯ୍ୟକଳାପରେ କାର୍ବନ ନ୍ୟୁଟ୍ରାଲିଟି ହାସଲ କରିବା ଲାଗି ଆମେ ଲକ୍ଷ୍ୟ ରଖିଛୁ । ସ୍ଥାୟୀ ଉତ୍ପାଦ ନବସୃଜନ ପ୍ରତି ଆମ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଆଜି ଆମେ ସିବି୩୦୦ଏଫ୍ର ଫ୍ଲେକ୍ସ ଫୁଏଲ୍ ମଡେଲ୍କୁ ଉନ୍ମୋଚନ କରିଛୁ ଯାହା ନିର୍ଗମନ କମ୍ କରିବା ଏବଂ ଭାରତର ଶକ୍ତି ଆବଶ୍ୟକତା ପୂରଣ କରିବା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ବିଶ୍ୱସ୍ତରରେ ଫ୍ଲେକ୍ସ ଫୁଏଲ୍ ପ୍ରଯୁକ୍ତିରେ ଏକ ଦଶନ୍ଧିରୁ ଅଧକ ଅଭିଜ୍ଞତା ସହ ହୋଣ୍ଡା ପକ୍ଷରୁ ଭାରତୀୟ ଗ୍ରାହକମାନଙ୍କୁ ନଜରରେ ରଖି ସ୍ୱତନ୍ତ୍ର ଭାବେ ଏହି ମୋଟରସାଇକଲ୍ ବିକାଶ କରାଯାଇଛି ଯାହା ଭାରତୀୟ ଦୁଇଚକିଆକୁ ନିରବଚ୍ଛିନ୍ନ ଭାବେ ଫ୍ଲେକ୍ସ ଫୁଏଲ୍ ଆଡ଼କୁ ରୂପାନ୍ତରୀତ କରିବ । ନୂଆ ସିବି୩୦୦ଏଫ୍ର ଶୁଭାରମ୍ଭ ହେଉଛି ଭାରତ ସରକାରଙ୍କ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ (ଇବିପି) କାର୍ଯ୍ୟକ୍ରମ ଓ ଏକ ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ପ୍ରତି ଅବଦାନ ପ୍ରତି ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି ।”ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଭାରତୀୟ ଗ୍ରାହକମାନେ ଏଭଳି ମୋଟରସାଇକଲ୍ ଦାବି କରୁଛନ୍ତି ଯାହା ପ୍ରଦର୍ଶନ ଭିତିକ ହେବା ସହ ପରିବେଶ ମିତବ୍ୟୟୀ ହୋଇଥିବା ଆବଶ୍ୟକ । ହୋଣ୍ଡା ସିବି୩୦୦ଏଫ୍ ଫ୍ଲେକ୍ସ ଫୁଏଲ୍ ହେଉଛି ଆଧୁନିକ ପ୍ରଯୁକ୍ତି ଓ ପରିବେ ସଚେତନତାର ଏକ ଉପଯୁକ୍ତ ସମିଶ୍ରଣ ଯାହା ଗ୍ରାହକମାନଙ୍କୁ ଫ୍ଲେକ୍ସ ଫୁଏଲ୍ର ସ୍ୱାଧୀନତା ପ୍ରଦାନ କରୁଥିବା ବେଳେ ହୋଣ୍ଡା ଯେଉଁଥିପାଇଁ ପରିଚିତ ସେହି ଭରସା ଓ ପ୍ରଦର୍ଶନ ପ୍ରଦାନ କରୁଛି । ବଜାରକୁ ଏହି ନୂଆ ବିକଳ୍ପ ଆଣିଥିବାରୁ ଆମେ ଆନନ୍ଦିତ ଯାହା ପ୍ରିମିୟମ୍ ମୋଟରସାଇକଲ୍ କ୍ଷେତ୍ରରେ ନୂତନ ମାନଦଣ୍ଡ ନିର୍ଧାରଣ କରିବ ।”ହୋଣ୍ଡା ସିବି୩୦୦ଏଫ୍ ଫ୍ଲେକ୍ସ ଫୁଏଲ୍ରେ ୨୯୩.୫୨ ସିସି ଅଏଲ୍ କୁଲ୍ଡ, ୪ ଷ୍ଟ୍ରୋକ୍, ସିଙ୍ଗିଲ୍ ସିଲିଣ୍ଡର ପିଜିଏମ୍-ଏଫ୍ଆଇ ଇଂଜିନ୍ ରହିଛି ଯାହା ଇ୮୫ ଇନ୍ଧନ ନିୟମକୁ ପାଳନ କରୁଛି । ଏହା ୧୮.୩ କେଡବ୍ଲୁ ଶକ୍ତି ଓ ୨୫.୯ ଏନ୍ଏମ୍ ଟର୍କ ପ୍ରଦାନ କରୁଛି । ଏଥିରେ ୬-ସ୍ପିଡ୍ ଗିୟର ବକ୍ସ ରହିଛି । ଏଥି ସହିତ ଏହି ମୋଟରସାଇକଲ୍ରେ ଆସିଷ୍ଟ୍ ସ୍ଲିପର୍ କ୍ଲଚ୍, ଡୁଆଲ୍ ଚ୍ୟାନେଲ୍ ଏବିଏସ୍, ହୋଣ୍ଡାର ସିଲେକ୍ଟେବଲ୍ ଟର୍କ କଂଟ୍ରୋଲ୍, ଗୋଲ୍ଡେନ୍ର ରଙ୍ଗର ୟୁଏସ୍ଡି ସାମ୍ନା ଫୋର୍କ, ୫-ସୋପାନ ଆଡଜଷ୍ଟ ହେଉଥିବା ପଛ ମୋନୋ ସକ୍ ସସ୍ପେନ୍ସନ୍, ଫୁଲି ଡିଜିଟାଲ୍ ଇନଷ୍ଟ୍ରୁମେଂଟ୍ ପ୍ୟାନେଲ୍ ଓ ସମ୍ପୂର୍ଣ୍ଣ ଏଲ୍ଇଡି ଲାଇଟ୍ ବ୍ୟବସ୍ଥା ।୨୦୨୪ ହୋଣ୍ଡା ସିବି୩୦୦ଏଫ୍ ଫ୍ଲେକ୍ସ-ଫୁଏଲ୍ ସ୍ପୋର୍ଟସ୍ ରେଡ୍ ଓ ମ୍ୟାଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍ ଭଳି ଦୁଇଟି ରଙ୍ଗ ବିକଳ୍ପରେ ଉପଲବ୍ଧ ହୋଇଛି ଏହା ଅକ୍ଟୋବର ଶେଷ ସପ୍ତାହରୁ ସାରା ଦେଶରେ ଥିବା ହୋଣ୍ଡା ବିଗ୍ ୱିଙ୍ଗ୍ ଡିଲର୍ସିପ୍ଗୁଡ଼ିକରେ ଉପଲବ୍ଧ ହେବ । ଏହାର ଏକ୍ସ ସୋ’ରୁମ୍ ଦିଲ୍ଲୀ ମୂଲ୍ୟ ୧,୭୦,୦୦୦ ଟଙ୍କା ରହିଛି ।