ୟୁଇଞ୍ଚ ମଧ୍ୟରେ ପର୍ଯ୍ୟଟକ,ଭୟ ଭିତରେ ଖୁସିର ଆନନ୍ଦ,ସାତ ଦଶନ୍ଧି ଧରି ୟୁଇଞ୍ଚ ପରିଚାଳିତ

କୋରାପୁଟ (ହେମନ୍ତ ପାଣଗ୍ରାହୀ) କୋରାପୁଟ ଜିଲ୍ଲା ସୋନ୍ଦର୍ଯ୍ୟର ଗନ୍ତାଘର। ଏହି ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି।ଗତ କିଛି ବର୍ଷ ହେବ ପର୍ଯ୍ୟଟନ କ୍ଷେତ୍ରରେ କୋରାପୁଟ ଜିଲ୍ଲା ବହୁ ଆଗରେ ରହିଥିବା ବେଳେ ଦେଶ ର କୋଣ, ଅନୁକୋଣ ରୁ ଅନେକ ପର୍ଯ୍ୟଟକ ସୋନ୍ଦର୍ଯ୍ୟର ଗନ୍ତା ଘରକୁ ପରିଭ୍ରମଣ ନିମନ୍ତେ ଆସିଥାନ୍ତି। ବିଶେଷ କରି ଶୀତ ଋତୁରେ ଶୀତୁଆ ସକାଳର କାକରର ବିନ୍ଦୁକୁ ଦେଖିବା ନିମନ୍ତେ ସୁଅ ଛୁଟୁଛି କୋରାପୁଟ ଜିଲ୍ଲାକୁ। କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ମାଛକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଅନ୍ୟତମ।ମାଛକୁଣ୍ଡ ର ବିରାଟ ଡୁଡୁମା ଜଳ ପ୍ରପାତର ମନଲୋଭା ଦୃଶ୍ୟ ପର୍ଯ୍ୟଟକ ଙ୍କୁ ଟାଣି ଆଣିଥିବା ବେଳେ ଅନ୍ୟ ଏକ ଆକର୍ଷଣ ହେଉଛି ପାୱାର ହାଉସ ର ୟୁଇଞ୍ଚ। ୧୯୫୫ ମସିହା ଠାରୁ ଶୁଭ ଆରମ୍ଭ ହୋଇ ଥିବା ୟୁଇଂଚ ଆଜି ମଧ୍ୟ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଛି।ଏହି ୟୁଇଁଚ ଦ୍ଵାରା ମାଛକୁଣ୍ଡ ପାୱାର ହାଉସ ର ନିର୍ମାଣ ନିମନ୍ତେ ନିର୍ମାଣ ସାମଗ୍ରୀ ବୁହା ଯାଉଥିଲା ବେଳେ ସାତ ଦଶନ୍ଧି ଧରି ୟୁଇଁଚ ଲୋକ ଙ୍କ ସେବା ରେ ସମର୍ପିତ ରହିଥିବା ବେଳେ ମାଛକୁଣ୍ଡର ଗୌରବ ଗରିମା କୁ ଦୁଇ ଗୁଣିତ କରିଛି।ୟୁଇଁଚ ଯାତ୍ରା ରୋମାଞ୍ଚକର ଓ ଭୟ ଶିଳ ଥିଲେ ମଧ୍ୟ ପର୍ଯ୍ୟଟକ ଙ୍କୁ ଖୁସି ଆନନ୍ଦ ଦେଇଥାଏ । ପାୱାର ହାଉସ କର୍ମଚାରି ଙ୍କ ଯିବା ଆସିବା ଓ ନିର୍ମାଣ ସାମଗ୍ରୀ ନେବା ଓ ଆଣିବା ନିମନ୍ତେ ବ୍ୟବହାର କରାଯାଉଥିବା ବେଳେ ପର୍ଯ୍ୟଟକ ଙ୍କ ଯିବା , ଆସିବା କରିବା ପାଇଁ ଅନୁମତି ନଥିବା ବେଳେ ସମୟ ନିର୍ଘଣ୍ଟ ଅନୁସାରେ କିଛି, କିଛି ପର୍ଯ୍ୟଟକ ଯିବା ଆସିବା କରିଥାନ୍ତି ୟୁଇଁଚ ମାଧ୍ୟମ ରେ । ତେବେ ଆଠ ଶହ ମିଟର ୟୁଇଁଛ ଯାତ୍ରା ପ୍ରାୟ ୨୦ ମିନିଟ ରୁ ୩୦ ମିନିଟ ସମୟ ଯାତ୍ରା କରି ଆତ୍ମ ହରା ହୋଇ ଥାଆନ୍ତି ପର୍ଯ୍ୟଟକ। ଆଜି କୁ ସତୁରୀ ବର୍ଷ ତଳେ ଏହି ୟୁଇଞ୍ଚ ମାଧ୍ୟମ ରେ ପାୱାର ହାଉସ ନିର୍ମାଣ ପାଇଁ ବଡ ବଡ ସାମଗ୍ରୀ ପରିବହନ କରାଯାଉଥିଲା।ଆଜି ଏହି ୟୁଇଞ୍ଚ ତାହାର ମୁଖ ସାକ୍ଷୀ ପାଲଟି ଛି,ତେବେ ଏହି ୟୁଇଁଚ ର ପରିଚାଳନା ଅତି ସତର୍କ ତାର ସହ ଅପେରେଟର କରିଥାନ୍ତି। ପ୍ରତି ପାଞ୍ଚ ପର୍ବ ରେ ଥରେ ୟୁଇଁଚ ପରିଚାଳନା ଉପରେ ଯାଞ୍ଚ କରାଯାଇ ଥାଏ। ତେବେ ଆଜି ମଧ୍ୟ ପର୍ଯ୍ୟଟକ ଏହି ୟୁଇଞ୍ଚ ମଧ୍ୟମରେ ତଳକୁ ଯାଇ ମାଛକୁଣ୍ଡ ଜଳ ବିଦ୍ୟୁତ୍ କେନ୍ଦ୍ର ପରିଦର୍ଶନ କରି ଅତି ଆନନ୍ଦର ସହ ପର୍ଯ୍ୟଟନର ସ୍ମର୍ତି ନେଇ ଘରକୁ ଫେରିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ