୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହ):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସ୍ଥିତ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଘଟିଛି ଲଜ୍ଜାଜନକ ତଥା ହୃଦୟ ବିଦାରକ ଅଭାବନୀୟ ଘଟଣା। ୪ ବର୍ଷର ଶିଶୁକନ୍ୟାକୁ ପାଶବିକ ଅତ୍ୟାଚାର ପରେ ହତ୍ୟା ହତ୍ୟା କରାଯାଥିବା ସାନଖେମୁଣ୍ଡି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।ନିଷ୍ପାପ ଶିଶୁକନ୍ୟାଟି ଦୁନିଆ କଣ ଜାଣିବା ପୂର୍ବର ଯୌନ ପିପାସୁ ଘଟାଇଛି ଲଜ୍ଜାଜନକ ଘଟଣା।ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ୪ ବର୍ଷର ଶିଶୁକନ୍ୟାଙ୍କ କ୍ଷତାକ୍ତ ମୃତଦେହକୁ ଶନିବାର ସକାଳେ ପାଟପୁର ପୋଲିସ ଜବତ କରି ଛାନ୍‌ଭିନ୍‌ ଚଳାଇଛି। ତାଙ୍କୁ ବଳାତ୍କାର ପରେ ଜଘନ୍ୟ ଭାବେ ହତ୍ୟା କରାଯାଇଥିବା ଗ୍ରାମବାସୀ ପୋଲିସକୁ କହିଛନ୍ତି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମର ଅଶୋକ ସ୍ବାଇଁଙ୍କ ଶିଶୁକନ୍ୟା। ଅଶୋକ ଖଲିଙ୍ଗି ଗ୍ରାମ ଚନ୍ଦନନଗରର ରାଧା ନାହାକଙ୍କ ଝିଅକୁ ବିବାହ କରିଛନ୍ତି। ଗତ ୧୮ ତାରିଖରୁ ଚାଲିଥିବା ଯାତ୍ରା ଦେଖିବାକୁ ଶିଶୁକନ୍ୟା ଜଣକ ମା’ ସହ ଅଜା ଘର ଗାଁକୁ ଆସିଥିଲେ। ଶୁକ୍ରବାର ଥିଲା ଯାତ୍ରାର ଉଦ୍‌ଯାପନ ଦିବସ। ଖୁସି ମନରେ ଯାତ୍ରା କମିଟି କର୍ମକର୍ତ୍ତା ସଦସ୍ୟ ବୃନ୍ଦ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଥିବା ବେଳେ ସନ୍ଧ୍ୟାରେ ଶିଶୁକନ୍ୟା ଜଣକ ଘର ବାରଣ୍ଡାରେ ବସିଥିବା ବେଳେ ବେଳେ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ଏନେଇ ଯାତ୍ରା କମିଟି ପକ୍ଷରୁ ମାଇକ ଯୋଗେ ସୂଚନା ଦିଆଯାଇଥିଲା।ପରେ ପାଟପୁର ଥାନାକୁ ନିଖୋଜ ସମ୍ପର୍କରେ ଶିଶୁକନ୍ୟାର ଅଜା ରାଧା ଶ୍ୟାମ ନାହାକ ପାଟପୁର ଥାନାରେ ଏତଳ ଦେଇଥିଲେ । ପାଟପୁର ପୋଲିସ ଟିମ୍‌ ଗାଁରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିଲେ। ପରିବାର ଲୋକେ ରାତି ସାରା ଉଜାଗର ରହି ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ଗ୍ରାମର କିଛି ବ୍ୟକ୍ତି ବିଳମ୍ବିତ ରାତ୍ର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟ ନିର୍ମାଣାଧୀନ ଅଙ୍ଗନଓ୍ବାଡ଼ି କେନ୍ଦ୍ର ମଧ୍ୟରୁ ଶିଶୁକନ୍ୟାଙ୍କ ମୃତଦେହ ଦେଖିଥିଲେ। ଏନେଇ ପାଟପୁର ଥାନାକୁ ଖବର ଦିଆଯାଇଥିଲା। ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଆସିକା ଏସଡିପିଓ ସନ୍ତୋଷ କୁନାର ଜେନା ଛତ୍ରପୁରରୁ ଆସିଥିବା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାର୍ଡ ଦ୍ଵାରା ତଦନ୍ତ ପରେ ଶିଶୁକନ୍ୟାଙ୍କୁ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି, ଶେରଗଡ଼ ଥାନା ଅଧିକାରୀ ବିରେନ୍ଦ୍ର ସିଆଳ୍, ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ, ଚମାଖଣ୍ଡି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଥିଲା। ଅପରାହ୍ନରେଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିବା ପରେ ପାଟପୁର ଥାନାରେ ବିଭିନ୍ନ ଦିଗକୁ ନେଇ ଥାନା ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅମାନବୀୟ ଲୋମହର୍ଶକ ବର୍ବୋରଚିତ ହତ୍ୟା ଘଟଣାର ପର୍ଦ୍ଦାଫାଶ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ପୋଲିସ ଘଟଣାସ୍ଥଳରୁ କିଛି ସାମଗ୍ରୀ ଜବତ କରିଛନ୍ତି। ଖବରପାଇ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଗ୍ରାମରେ ପହଞ୍ଚି ଗ୍ରାମବାସୀ ଏବଂ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। ସାନଖେମୁଣ୍ଡି ଅଞ୍ଚଳରେ ଏଭଳି ଘଟଣା ନିନ୍ଦନୀୟ ପ୍ରକୃତ ଦୋଷୀ କୁଦଣ୍ଡ ମିଳୁ । ସମସ୍ତ ଗ୍ରାମବାସୀ ପୋଲିସକୁ ତଦନ୍ତରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ସନ୍ଧ୍ୟାରେ ପୁଣି ପୋଲିସ ସାଇଣ୍ଟିଫିକ୍ ଟିମ୍ ସନ୍ଧାନି କୁକୁର ପୁଣି ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ