ସୁରଭି ପ୍ରତିଭା ଆୱାର୍ଡ-୨୦୨୫: କୃତିତ୍ୱ ହାସଲ କଲେ କଳା ବିକାଶ କେନ୍ଦ୍ରର ୩ ଓଡିଶୀ ନୃତ୍ୟକାର

ଛତ୍ରପୁର(ଓ୍ବାଇଏନଏସ):  ସୁରଭି ପ୍ରତିଭା ଆୱାର୍ଡ -୨୦୨୫ରେ କୃତିତ୍ୱ ହାସଲ କରିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର କଳା ବିକାଶ କେନ୍ଦ୍ର କଳାକାର ମାନେ, ଭୁବନେଶ୍ୱର ଓଡିଶୀ ଗବେଷଣା କେନ୍ଦ୍ର ପରିସରରେ ରାଜ୍ୟ ଓ ରାଜ୍ୟ ବାହାର ର ୨ଶହ ରୁ ଅଧିକା ଓଡିଶୀ ନୃତ୍ୟ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ, ସେଥିମଧ୍ୟରୁ ଛତ୍ରପୁର ର ଆନ୍ତର୍ଜାତୀୟ ନୃତ୍ୟ ଗୁରୁ ଅଳକା ସାହୁ ଙ୍କ ଶିଷ୍ୟ ଜୁନିଅର ବର୍ଗ ରେ ଆଫ୍ରିନ ବେହେରା ଦ୍ଵିତୀୟ ସ୍ଥାନ ହାସଲ କରିଥିବା ସବ ଜୁନିଅର ବର୍ଗ ରେ ଶୁଭଶ୍ରୀ ରେଡ୍ଡୀ ଦ୍ଵିତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛନ୍ତି, ସେହିପରି ସିନିଅର ବର୍ଗ ରେ କେଶବ ବେହେରା ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କାର ସହ ସମ୍ମାନିତ ହୋଇଛନ୍ତି, ସେହିପରି ଏକ ଗ୍ରୁପ ଡାନ୍ସ ଖୁବ ସୁନ୍ଦର ପ୍ରଦର୍ଶନ କରିଥିଲେ,ଗୁରୁ ଡ଼ଃ ପିତାମ୍ବର ବିଶ୍ୱାଳ ଙ୍କ ତରଫରୁ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ