ଅକ୍ଷୟ ମୃତ୍ୟୁ ଘଟଣା, ଦୋଷୀଙ୍କୁ ଗିରଫ ଦାବି ନେଇ ବ୍ରାହ୍ମଣୀଗାଁ ବନ୍ଦ

                                                                  ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ  ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କିନାରୀ-ନୂଆଗାଁ ଅକ୍ଷୟ ପାତ୍ରଙ୍କ ମୃତ୍ୟୁ ଘଟଣା ଏକ ମାସରୁ ଉର୍ଦ୍ଧ ହୋଇଯାଇଛି। ଏହି ମୃତ୍ୟୁ ଘଟଣାରେ ପୋଲିସ ପ୍ରଶାସନଙ୍କ ତଦନ୍ତରେ ଅସନ୍ତୋଷ ହୋଇ ଆଞ୍ଚଳିକ ଦୁର୍ନୀତି ନିବାରଣ କମିଟି କନ୍ଧମାଳ, ଆବାହକ ମଣ୍ଡଳୀ ପକ୍ଷରୁ ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତ ବାସୀଙ୍କୁ ନେଇ ଶନିବାର ଦିନ ଏହାର ପ୍ରତିବାଦରେ ବ୍ରାହ୍ମଣୀଗାଁ ଦୋକାନ ବଜାର ଓ ଗାଡିମୋଟର ଚଳାଚଳ ବନ୍ଦ କରା ଯାଇଥିଲା। ୮ଗୋଟି ପଞ୍ଚାୟତର ଶତାଧିକ ମହିଳା ଯୁବକ ଯୁବତୀ , ନେତୃ ଶ୍ରେଣୀୟ ବ୍ୟକ୍ତି ଓ ସ୍ବେଛାସେବୀ ମାନେ ବ୍ରାହ୍ମଣୀଗାଁ- ବ୍ରହ୍ମପୁର ରାସ୍ତାର ପୋଡାଶଙ୍ଖ ଓ ବ୍ରାହ୍ମଣୀଗାଁ- ଦାରିଙ୍ଗବାଡ଼ି ମୁଖ୍ୟ ରାସ୍ତା ଧର୍ମ ସାହି ନିକଟରେ ଅବରୋଧ କରିଥିଲେ। ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ଗାଡିମୋଟର ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଥିଲା। ପୋଡା ଶଙ୍ଖ ଠାରୁ ବିଶାଳ ରାଲି ମାଧ୍ୟମରେରେ ଡ଼ାକବାଜି ଯନ୍ତ୍ର ବଜାଇ ଓଡ଼ିଆ ସାହି ମଧ୍ୟଦେଇ ଯାଇ ଚର୍ଚ୍ଚ ରୋଡ଼ରେ ରାଲି ବାହାରି ବଜାର ପରିକ୍ରମା କରି ରାଜସ୍ୱ ବିଭାଗ ଡାକ ବଙ୍ଗଳାରେ ତହସିଲଦାର ଚାର୍ଲେସ ନାୟକଙ୍କୁ ସ୍ମାରକପତ୍ର ପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଗତ ନଭେମ୍ୱର ୩ ତାରିଖରେ ଝୁଲନ୍ତା ଅବସ୍ଥାରେ ରାଜୀବ ପାତ୍ରଙ୍କ ଗଳିତ ଶବକୁ ପୋଲିସ ଉଧାର କରିଥିଲା। ରାଜୀବ ମୃତ୍ୟୁକୁ ହତ୍ୟା କରାଯାଇଥିବା ସନ୍ଦେହ କରି ନଭେମ୍ବର ୬ ତାରିଖ ଦିନ ବ୍ରାହ୍ମଣୀଗାଁ ଓ ଝିଞ୍ଜିରିଗୁଡା ପଂଚାୟତର ମହିଳା ମଣ୍ଡଳ, ବୁଦ୍ଧିଜୀବୀ ଓ ସ୍ବେଛାସେବୀ ଙ୍କୁ ନେଇ  ବୈଠକ କରି ଥାନାରେ ହତ୍ୟା କରାଯାଇଥିବା ଦାବୀ କରା ଯାଇଥିଲା। ଥାନା ଅଧିକାରୀ ପୋଷ୍ଟମଟମ ରିପୋର୍ଟ ଅନୁଯାଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୋଷ୍ଟ ମାର୍ଟମ ରିପୋର୍ଟରେ ସନ୍ତୁଷ୍ଟ ନହୋଇ ଆଂଚଳିକ ଦୁର୍ନୀତି ନିବାରଣନ କମିଟି କନ୍ଧମାଳ, ସଭାନେତ୍ରୀ ଚନ୍ଦ୍ରମା ପାତ୍ର, ସମ୍ପାଦିକା ପ୍ରେମାଞ୍ଜଳି ଦାନାବିଷୋୟୀ, ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ରଣଷଣ୍ଢ, ଆରନ ନାୟକ, ଦିବ୍ୟସିଂହ ପାତ୍ର, ଜଗନ୍ନାଥ ପାତ୍ର ପ୍ରମୁଖ ନେତୃମଣ୍ଡଳୀ ଗତ ନଭେମ୍ବର ୨୪ରିଖଦିନ ଫୁଲବାଣୀ ଯାଇ ଆରକ୍ଷୀ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ଉପଯୁକ୍ତ ତଦନ୍ତ କାରାଯିବା ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ। ପୋଲିସ ପ୍ରଶାସନର ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଦେଖି , ଚଳିତ ମାସ ୧୬ ତାରିଖ ଦିନ ଏହି ଦଳ ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ଯାଇ ତହସିଲଦାର ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ଙ୍କୁ ସାକ୍ଷାତ କରି ୧୮ ତାରିଖ ବ୍ରାହ୍ମଣୀଗାଁ ବନ୍ଦ ଡାକରା ନେଇଁ ଲିଖିତ ଭାବେ ଜଣାଇଥିବା ସୂଚନା ରହିଛି। ଶାନ୍ତି ଶାନ୍ତି ଶଙ୍ଖଳାରେ ରାଲି ହୋଇଥିଲା, ଅପ୍ରୀତିକର ପରିସ୍ଥିତି ନଉପୁଜିବା ପାଇଁ ଥାନା ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ