ଅଗଷ୍ଟ ଚାରିରେ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଆସନ୍ତା ମାସ ପ୍ରଥମ ରବିବାର ଅଗଷ୍ଟ ମାସ ଚାରି ତାରିଖରେ ଅନୁଷ୍ଠିତ ହେବ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ I ଏହି ଅବସରରେ ସଂଘ ତରଫରୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଛି I ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ବିଧାୟକ ଶ୍ରୀ ବିଷୋୟୀଙ୍କ ସମେତ ସମ୍ମାନିତ ଅତିଥି ରୂପେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସ୍ତରୀୟ ଏବଂ ଜିଲ୍ଳା ସ୍ତରୀୟ ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ଏହା ସହିତ ମାଆଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଜରିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ I ଏନେଇ ଆଜି ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କାର୍ଯ୍ୟକାରିଣୀ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉପସଭାପତି ଶଲ୍ୟ କୁମାର ସିଅ, ସମ୍ପାଦକ ମନୋରଞ୍ଜନ ବିଷୋୟୀ, କୋଷାଧ୍ୟକ୍ଷ ଶଙ୍କରନାରାୟଣ ସେଠୀଙ୍କ ସମେତ କ୍ଲଷ୍ଟର୍ ଇନଚାର୍ଜ ସୁଧୀର କୁମାର ଦାସ, ଶିଶିର କୁମାର ସ୍ୱାଇଁ,ଛାୟାକାନ୍ତ ମହାପାତ୍ର, ବିଦେଶୀ ବାଡତ୍ଯା,କାଳୁ ଚରଣ ଗୌଡ଼, ମନୋଜ ପଟ୍ଟନାୟକ,ରମେଶ କୁମାର ପାଣିଗ୍ରାହୀ, କେଦାରନାଥ ନାୟକ, ଉପଦେଷ୍ଟା ମଣ୍ଡଳୀ ଶୀତଳ ପ୍ରସାଦ ଜେନା, ନରେଶ ବ୍ରହ୍ମା, ପୂର୍ଣ୍ଣ ଚନ୍ଦ୍ର ମହାନ୍ତି,ଚନ୍ଦନ ପଟ୍ଟନାୟକ ଏବଂ ସଂଘ ସଦସ୍ୟ ସନାତନ ଗୌଡ଼,ଟୁକୁନା ସେଠୀ, ଲକ୍ଷ୍ମଣ ସେଠୀ, ଚିନ୍ମୟ ପ୍ରଧାନ, ଅମରେନ୍ଦ୍ର ନନ୍ଦ,ସୁନୀଲ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ବାର୍ଷିକ ସମ୍ମିଳନୀର ସୁପରିଚାଳନା ଦିଗରେ ଆଲୋଚନା କରିଥିଲେ I ଏନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ ମଧ୍ୟ କରାଯାଇଥିଲା I କାର୍ଯ୍ୟକ୍ରମରେ ଯେପରି ବ୍ଳକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେବେ ସେଥିପ୍ରତି ଅଧିକ ଯତ୍ନବାନ୍ ହେବାପାଇଁ କ୍ଳଷ୍ଟର୍ ଇନଚାର୍ଜମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା I ଶିକ୍ଷକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ