ଗଛପଡି ଜାତୀୟ ରାଜପଥ ଅବରୋଧ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକ ନ୍ତର୍ଗତ ଗଦ୍ରିଙ୍ଗିଆ ଘାଟି ନିକଟରେ ଜାତୀୟ ରାଜପଥ ୫୯ ରେ ଏକ ଗଛପଡି ରାସ୍ତା ଅବରୋଧ ହୋଇଥିଲା । ଯାହାଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଥିଲା । ସୁଚନାରୁ ପ୍ରକାଶ ଯେ ଗତ ପାଂଚଦିନ ହେବ ବାଲିଗୁଡାରେ ବର୍ଷା ର ପ୍ରଭାବ ଜାରି ରହିଛି । ବର୍ଷା କାରଣରୁ ଜାତୀୟରାଜପଥ କଡରେ ଥିବା ଏକ ବଡ ପିଆଶାଳ ଗଛ ପଡିଯାଇଛି । ଗଛପଡି ପ୍ରାୟ ଦୁଇଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା । ଗଛ ପଡିଥିବା ନିକଟ ଗ୍ରାମର ଲୋକମାନେ ଆସି ପଡିଥିବା ଗଛକୁ କାଟି ରାସ୍ତା ସଫା କରିବା ପରେ ଯାତାୟତ ସୁବିଧା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ