ଅଗ୍ନିକାଣ୍ଡରେ ଲକ୍ଷ୍ୟଧିକ ସମ୍ପତ୍ତି ନଷ୍ଟ
କୋଦଳା: ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ ର ତାଳଗାଁ ରେ ଶନିବାର ଅପରାହ୍ନ ସମୟରେ ଅଗ୍ନିକାଣ୍ଡ ଘଟି ୪ ପରିବାରର ଘର ସମ୍ପୂର୍ଣ୍ଣ ପୋଡି ଯାଇଛି । ଲକ୍ଷାଧିକ ଟଙ୍କା ର ବହୁ ମୂଲ୍ୟବାନ ଆସବାବପତ୍ର ଓ ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ଜଣାପଡିଛି । ଅଗ୍ନିକାଣ୍ଡ ର କାରଣ ଜଣାପଡିନଥିବା ବେଳେ ଅଗ୍ନି ବିପନ୍ନ ମାନେ ହେଲେ ରମେଶ ପଣ୍ଡା, ଭିକାରୀ ବେହେରା, ମଧୁ ବେହେରା, କାଳିଆ ବେହେରା । କୋଦଳା ଅଗ୍ନିଶମ ବାହିନୀ ଓ ଗ୍ରାମ ବାସୀ ଙ୍କ ମିଳିତ ସହଯୋଗରେ ନିଆଁ କୁ ଆୟତ କରାଯାଇଥିଲା । ଘଟଣା ସ୍ଥଳକୁ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା,ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀ, ଯୁବ ସମାଜସେବୀ ସତୀଶରଞ୍ଜନ ତାରେଣୀ, ପ୍ରଭାତ କୁମାର ସାହୁ, ଅକ୍ଷୟ କୁମାର ବେହେରା, ଜ୍ୟୋତି ନାୟକ, ବିଜୁ ଯୁବ ବାହିନୀ ସଭାପତି ରବିନ୍ଦ୍ର କୁମାର ରାଉତ, ଫକିର ଜେନା ପ୍ରମୂଖ ଉପସ୍ଥିତ ଥିଲେ । ବର୍ତ୍ତମାନ ଅଗ୍ନି ବିପନ୍ନ ମାନଙ୍କୁ ପାଲ ଗୋଟିଏ ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସରକାର ଙ୍କ ତରଫରୁ ଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ପରିଡା ପ୍ରକାଶ କରିଛନ୍ତି ।


