ଏଲ୍.ଏନ୍ କଲେଜରେ ଶିକ୍ଷା ବିଭାଗର ଆଲୋଚନା ଚକ୍ର
କୋଦଳା: ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ଶିକ୍ଷା ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଆଲୋଚନା ଚକ୍ରର ବିଷୟ ବସ୍ତୁ ‘ଓଡ଼ିଶାର ଉନ୍ନତି ପାଇଁ ଗୋପବନ୍ଧୁ ଦାସଙ୍କ ଶିକ୍ଷା ଦର୍ଶନ’ ଏଥିରେ ଗୋପାଳପୁର ମହାବିଦ୍ୟାଳୟର ପ୍ରଧ୍ୟାପକ ଶ୍ରୀ ଆଶୁତୋଷ ଷଡଙ୍ଗୀ ଯୋଗଦେଇ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପଦ୍ମଚରଣ ପାଢ଼ୀ ଅଧ୍ୟକ୍ଷତା କରିଥିଲେ।ଆକ୍ୟୁଏସି
ର ସଂଯୋଜକ ଡ଼ଃ ବିଷ୍ଣୁ ନାରାୟଣ ଆଲୋଚନା ଚକ୍ରର ଆବଶ୍ୟକତା ଓ ଏହାର ଗୁଣବତ୍ତା ଉପରେ ବୁଝାଇଥିଲେ।ଏଥିରେ ବିଭାଗୀୟ ମୁଖ୍ୟ ପ୍ରଦୀପ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ।ଅଧ୍ୟାପିକା ଶ୍ରୀମତୀ ସାଗରିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀ ମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ କାର୍ୟ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।


