ହାଟ ପରିସରରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ରାଇରଙ୍ଗପୁର- ତିରିଂ ଥାନା ଅନ୍ତର୍ଗତ ଝରାଡିହି ହାଟ ପରିସରରୁ ଜନୈକ ବୃଦ୍ଧ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି।ବୃଦ୍ଧଙ୍କ ପରିଚୟ ମିଳିପାରି ନଥିଲାବେଳେ ସେ ଝରାଡିହି ବଜାରର ବିଭିନ୍ନ ଜଳଖିଆ ଦୋକାନରେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ ଏବଂ ହାଟ ପରିସରରେ ରାତ୍ରୀଯାପନ କରୁଥିଲେ।ମୃତକଙ୍କ ବୟସ ପ୍ରାୟ ୬୦ ରୁ ୬୫ ବର୍ଷ ହୋଇଥିବାର ଅନୁମାନ କରାଯାଉଛି।ସ୍ଥାନୀୟ ଲୋକଙ୍କ ଅନୁସାରେ ଶୁକ୍ରବର ସକାଳ ୯ଟା ବେଳକୁ ସୁସ୍ଥ ଥିଲେ ଏବଂ ଚାହା,ପାଣି ପିଇ ଥିଲେ । ଦେହ ଅସୁସ୍ଥତା ଲାଗିବା କାରଣରୁ ଶୋଇଥିଲେ। ଅପରାହ୍ନ ପାଖାପାଖି ୪.୩୦ ବେଳକୁ ତାଙ୍କ ମୃତ୍ୟୁ ହୋଇଥିବା ଜାଣିପାରି ସ୍ଥାନୀୟ ଲୋକମାନେ ପୋଲିସ ଫାଣ୍ଡିରେ ସୂଚନା ଦେଇଥିଲ ।ଫାଣ୍ଡି ଅଧିକାରୀ ଅନୁପସ୍ଥିତ ଥିବାରୁ ଶବ ଉଦ୍ଧାର ହୋଇ ପାରିନଥିଲା। ଶନିବାର ସକାଳ ୯’ଟାରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଶବ ଉଦ୍ଧାର ବେଳେ ସ୍ଥାନୀୟ ସରପଞ୍ଚ,ବଣିକ ସଂଘ ଓ ସ୍ଥାନୀୟ ବାସୀନ୍ଦା ସହଯୋଗ କରିଛନ୍ତି ।ମୃତ ବ୍ୟକ୍ତି ବଜାରରେ କାଲା ପାତ୍ର ଭାବେ ପରିଚିତ ଥିଲାବେଳେ କେହି ପରିଜନ କିମ୍ବା ଆତ୍ମୀୟ ସ୍ବଜନ ଶବଟିର ଦାବି ଜଣାଇ ନାହାନ୍ତି।


