ଅଗ୍ନିକାଣ୍ଡରେ ୪ ବଖରା ଘରପୋଡି ପାଉଁଶ

ଖଲ୍ଲିକୋଟ,(ଯୁଗାବ୍ଦ ନ୍ୟୁଜ୍ , ସିଲୁ ବିଶ୍ୱାଳ):ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ବାଗଲପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ଟି ପରିବାରର ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୨ ଟି ପରିବାର ଖାଇ ଶୋଇଥିବା ସମୟରେ ହଠାତ୍ ରାତ୍ରରେ ଘର ପଛପଟୁ ନିଆଁ ଲାଗିବା ଆରମ୍ଭ ହୋଇଥିବା ଜାଣିବାକୁ ପାଇଥିଲେ ।ନିଆଁ ଧିରେ ଧିରେ ବ୍ୟାପି ୨ ଟି ପରିବାରର ୪ ବଖରା ଘରକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଜଳି ପୋଡି ପାଉଁଶ ହୋଇଥିବା ୨ ପରିବାର ସୁର ସ୍ୱାଇଁ ଓ ଗୋପାଳ ସ୍ୱାଇଁ ବୋଲି ଜଣାପଡିଛି । ଦୁଇ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ଆସବାବ ପତ୍ର ସମେତ ଧାନ ଚାଉଳ ସମସ୍ତ ପୋଡି ପାଉଁ ଶ ହୋଇଯାଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ