ଅଗ୍ନିକାଣ୍ଡରେ ୪ ବଖରା ଭସ୍ମୀଭୂତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବାରୁଡ଼ା ପଞ୍ଚାୟତର ବାଲିଆପଟା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ୪ ବଖରା ଚାଳ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର ବାବୁଲା ନାଇକ ଓ ଶରତ ନାଇକ ଙ୍କ ପରିବାର ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବିଦ୍ୟୁତ ସର୍ଟସର୍କିଟ୍ ରୁ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ପହଞ୍ଚି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିବା ବେଳେ ରାଜସ୍ୱ ନିରୀକ୍ଷକ କ୍ଷୟକ୍ଷତି ଆକଳନ କରିଥିବା ଜଣାପଡ଼ିଛି।ଏହି ଅସହାୟ ପରିବାର ମାନଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ