ଅଗ୍ନିବିପନ୍ନ ପରିବାରଙ୍କୁ ଭେଟିଲେ ବ୍ଲକ ଅଧ୍ୟକ୍ଷ ଓ ବିଡିଓ
ବନ୍ତ (ଚାନ୍ଦିନୀ ମହାନ୍ତି) : ଗତ ବୁଧବାର ରାତିରେ ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ମନହରପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ଟି ପରିବାର ସର୍ବଶାନ୍ତ ହୋଇଛନ୍ତି । ବିପନ୍ନ ପରିବାର ଗୁଡିକୁ ପଞ୍ଚାୟତ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଖବର ପାଇ ବ୍ଳକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବିଡିଓ ରେବେକା ବିଲୁଙ୍ଗ, ସରପଞ୍ଚଙ୍କ ପ୍ରତିନିଧି ନିମାଇଁ ଜେନା ପ୍ରମୁଖ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ସରକାରୀ ସହାୟତା ସଂପର୍କରେ ଆଲୋଚନା କରିଥିଲେ । ଏବେ ବିପନ୍ନ ପରିବାର ଖୋଲା ଆକଶ ତଳେ ରହୁଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।


