ଅଜଣା ଗାଡି ଧକ୍କାରେ କୃଷିକର୍ମଚାରୀଙ୍କ ମୃତ୍ୟୁ ମାନବିକତା ଦେଖାଇଲେ ସାଂସଦ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଯଶିପୁର ନିକଟସ୍ଥ ଚାଇନେବଦା ଛକରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ,କରଞ୍ଜିଆ ଥାନା ଅଧୀନସ୍ଥ ସାନଦେଉଳି ଗ୍ରାମର ପ୍ରଫୁଲ୍ଲ ଆରୁଖ (୫୭) ଯଶିପୁର କୃଷି ବିଭାଗରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଆଜି ଏକ ବାଇକ ଯୋଗେ ସେ ଘରକୁ ଯାଉଥିଲେ।ଏହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିଲା।ରାଜ୍ୟସଭା ସାଂସଦ ମମତା ମହାନ୍ତ ସେହି ପଟେ ଫେରୁଥିଲେ। ସାଂସଦ ନିଜ ମାନବିକତା ଦୃଷ୍ଟି କୋଣରୁ ତୁରନ୍ତ ଆହତ ଆରୁଖଙ୍କୁ ତୁରନ୍ତ ଯଶିପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।ଡାକ୍ତର ଚିକିତ୍ସା କଲାପରେ ଆରୁଖଙ୍କୁ ମୃତ ଘୋଷଣା କରିଥିଲେ। ସମାଜସେବୀ ରମାକାନ୍ତ ମହାନ୍ତ, ଯଶିପୁର ସମିତିସଭ୍ୟ ସଞ୍ଜିତ ମହାନ୍ତ,ଦୀପକ ମହାନ୍ତ ପ୍ରମୂଖ ଆହତଙ୍କୁ ଘଟଣା ସ୍ଥଳରୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିବାରେ ସହଯୋଗ କରିଥିଲେ। ଯଶିପୁର ପୋଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ ହୋଇଅଛି। ଆସନ୍ତା କାଲି ମୃତକଙ୍କ ଶବ ବ୍ୟବଚ୍ଛେଦ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ