୫ଟି ବିଦ୍ୟାଳୟ ତରଫରୁ ନିଆରା ଢଙ୍ଗରେ ୨୬ ଜଣ ଛାତ୍ର ଛାତ୍ରୀଙ୍କ ଜନ୍ମଦିନ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକଅନ୍ତର୍ଗତ କେ.ଏମ୍ ଭାଲିଆ ସାହୀ ସ୍ଥୀତ ୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା କିଛିନା କିଛି ପାରଦର୍ଶୀତା ଦେଖାଇ ଚର୍ଚ୍ଚାକୁ ଆସିଥାନ୍ତି। କେବେ ବକ୍ତୃତା, କେବେ ଅଭିନୟ , କେବେ ଖେଳକୁଦ, କେବେ ଚିତ୍ରାଙ୍କନ ପରି ବିଭିନ୍ନ ବିଭାଗରେ ସୁନାମ ଆଣୁଥିଲା ବେଳେ, ଆଜି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା ଏକ ନୁଆ ପ୍ରୋଚେଷ୍ଟା ର ଆରମ୍ଭ କରି ଅଞ୍ଚଳରେ ଚର୍ଚ୍ଚା ସାଉଁଟିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ଦଳବେହେରାଙ୍କ କହିବା ଅନୁସାରେ ବିଦ୍ୟାଳୟରେ ଅନେକେ ଗରିବ ଛାତ୍ରଛାତ୍ରୀ ପାଠ ପଢିଥାନ୍ତୀ ଯେଉଁମାନଙ୍କର ନିଜ ପରିବାରରେ ପିଲାଙ୍କର ଜନ୍ମଦିନ ପାଳି ପାରିନଥାନ୍ତି। ସେମାନଙ୍କର ଜନ୍ମଦିନ ପାଳିବା ଲାଗି ଅନୁଷ୍ଟାନର କର୍ମଚାରିଙ୍କ ନିଜସ୍ବ ଆର୍ଥିକ ସହାୟତାରେ ପ୍ରତି ମାସରେ ଜନ୍ମିତ ପିଲାଙ୍କର ଜନ୍ମଦିନ ପାଳିବାକୁ ନିଷ୍ପତି ନେଇଥିଲା ବେଳେ, ଆଜି ପ୍ରଥମ କରି ୨୬ଜଣ ଛାତ୍ରଛାତ୍ରୀଙ୍କର ଜନ୍ମଦିନ ପାଳନ କରାଯାଇଥିଲା। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତକଡା ଉପସ୍ଥାନ ରଖିବାକୁ ସରକାର ଅନେକ ଯୋଜନା କରୁଥିବାବେଳେ, ଏହି କେ ଏମ ଭାଲିଆସାହି ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀମାନେ ଏହି ନୂଆପ୍ରଚେଷ୍ଟା ଦ୍ବାରା ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟକୁଆସିବାକୁ ଅନାଗ୍ରହକୁଏଡାଇବିଦ୍ୟାଳୟରେ ଶତପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କୁ ଲକ୍ଷ୍ୟ ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ବନାଥ ଭୁୟାଁ ଯୋଗଦେଇ ପ୍ରୟାସକୁ ଭୁରିଭୁରି ପ୍ରଶଂସା କରିବା ସହ, ବୋଧହୁଏ ଜିଲ୍ଲାରେ ପ୍ରଥମ ଓ ଉଦାହରଣ ହେବ ବୋଲି ମତ ରଖିଥିଲେ। ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ଦ୍ବାରା ଜନ୍ମଦିନ ଗୀତ ପରିବେଷଣ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟଜୋନ କରାଯାଇଥିଲା।


