ଅଟୋ ଡ୍ରାଇଭରଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ସରକାର ଏବଂ ଓଡ଼ିଶା କଲିଂ ଫାଉଣ୍ଡେସନର ମିଳିତ ପ୍ରଚେଷ୍ଟାରେ ଆୟୋଜିତ ଅଟୋ ଡ୍ରାଇଭରର୍ସ ପ୍ରଶିକ୍ଷଣ ଶିବିରର ଉଦ୍‌ଘାଟନ ଉତ୍ସବ ୧୨.୧୧.୨୦୨୧ରିଖରେ ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ବଢି ଚାଲୁଥିବା ସଡ଼କ ଦୁର୍ଘଟଣା କିମ୍ବା ଦୁର୍ଘଟଣାଜନିତ ମୃତ୍ୟୁ ଖାଲି ସରକାରଙ୍କ ପାଇଁ ନୁହେଁ, ସମସ୍ତ ଜନସାଧାରଣଙ୍କ ପାଇଁ ମଧ୍ୟ ଚିନ୍ତା ଏବଂ ପରିତାପର ବିଷୟ । ସମଗ୍ର ବିଶ୍ୱରେ ମଧ୍ୟ ଏହା ଏକ ମହାମାରୀର ରୂପ ନେଇସାରିଲାଣି । ଅନୁଧ୍ୟାନରୁ ଜଣାଯାଏ ଯେ, ୭୮% ଦୁର୍ଘଟଣା ସାଧାରଣ ଡ୍ରାଇଭରର ତ୍ରୁଟିରୁ ପରିଲକ୍ଷିତ ହୋଇଥାଏ । ଡ୍ରାଇଭରର ସମର୍ଥତା, ଶୈଳୀ, ବ୍ୟବହାର ଓ ସ୍ୱଭାବ ମଧ୍ୟ ଦୁର୍ଘଟଣା ପାଇଁ ଆଂଶିକ ଭାବରେ ଦାୟୀ ବୋଲି ସାଧାରଣରେ ମଧ୍ୟ ବିଶ୍ୱାସ ହୋଇଥାଏ । ଦୁର୍ଘଟଣାରେ ସମ୍ପୃକ୍ତ ଡ୍ରାଇଭର (ଅଟୋଚାଳକ) ପାରିପାଶ୍ୱର୍ିକ ସ୍ଥିତି, ଆର୍ଥିକ ଚାପ, ପରିବାରର ଭରଣପୋଷଣ ଦାୟିତ୍ୱ, ଇଏମ୍‌ଆଇ ବୋଝ ଓ ପ୍ରବଳ ପ୍ରତିଯୋଗିତାର ବଶବର୍ତ୍ତୀ ହୋଇ ଅନେକ ସମୟରେ ଅସନ୍ତୁଳିତ ଭାରସାମ୍ୟର ଶିକାର ମଧ୍ୟ ହୋଇଥାଆନ୍ତି । ‘ଅଟୋ ଡ୍ରାଇଭରର୍ସ ପୂଣ୍ୟ ପ୍ରଶିକ୍ଷଣ ଶିବିର’ ଆପଣଙ୍କୁ ଆତ୍ମବିଶ୍ୱାସ, କୁଶଳୀ ଏବଂ ଆତ୍ମନିର୍ଭର କରିବାରେ ଏକ ଛୋଟ ପ୍ରୟାସ ମାତ୍ର । ସରକାରଙ୍କ ଏହି ମିଳିତ ପ୍ରଚେଷ୍ଟାକୁ ସଫଳ କରିବା ଆପଣଙ୍କର ସମର୍ଥନ ରାଜ୍ୟରେ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁକୁ ସମ୍ପୂର୍ଣ୍ଣଭାବେ ନିବାରଣ କରିବାରେ ସମର୍ଥ ହୋଇପାରିବ ବୋଲି ଆମର ଦୃଢ ଆଶା ଓ ବିଶ୍ୱାସ । ଏହି କାର୍ଯ୍ୟକ୍ରମରେ ଶ୍ରୀ ସଞ୍ଜୟ ବିଶ୍ୱାଳ, ଜଏଣ୍ଟ କମିଶନର, ଏସ୍‌.ଟି.ଏ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ଘୋଷଣା କରିଥିଲେ । ଦୈନିକ ବଢିଚାଲିଥିବା ଦୁର୍ଘଟଣା ଓ ଦୁର୍ଘଟଣାର ସମ୍ମୁଖୀନ ହୋଇ ବହୁସଂଖ୍ୟକ ଲୋକ ମୃତ୍ୟୁର ଶିକାର ହେଉଥିବା ଅତ୍ୟନ୍ତ ଉଦ୍‌ବେଗଜନକ ବୋଲି ମୁଖ୍ୟଅତିଥି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ଓଡ଼ିଶା କଲିଂ ଫାଉଣ୍ଡେସନର ଶ୍ରୀ ରାକେଶ କୁମାର ସିଂଙ୍କ ଅଧ୍ୟକ୍ଷତା ଓ ଦେବୁ ନାୟକ ସାଧାରଣ ସମ୍ପାଦକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଅତିଥି ରୂପେ ଶ୍ରୀ ବି.ଏନ୍‌. ଅଧିକାରୀ, ଆର.ଟି.ଓ, ଭୁବନେଶ୍ୱର-୨, ଶ୍ରୀ ପି.କେ ମହାନ୍ତି, ଆର.ଟି.ଓ. ଭୁବନେଶ୍ୱର-୧, ଶ୍ରୀ ବସନ୍ତ ମହାପାତ୍ର, ଏମ୍‌.ଭି.ଆଇ, ଭୁବନେଶ୍ୱର-୨, ଭୁବନେଶ୍ୱର ଅଟୋ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ପଦମନ ସାମଲ ଉପସ୍ଥିତ ରହି ଟ୍ରେନିଂ କର୍ମଶାଳାରେ ସାମିଲ୍ କରାଯାଇଥିବା ଅଟୋ ଡ୍ରାଇଭରର୍ସ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଶିବିରରେ ଦୈନିକ ୪୦ଜଣ କରି ୧୦୦୦ ଡ଼୍ରାଇଭରଙ୍‌ୁକ ତାଲିକାଭୁକ୍ତ କରିବାର ଲକ୍ଷ୍ୟ ହୋଇଛି । ଏହି କାର୍ଯ୍ୟକ୍ର୍ରମ ୯,୧୦,୧୬ ଓ ୧୭ ଡ଼ିସେମ୍ବର ୨୦୨୧ରେ ସ୍ଥାନୀୟ ଲୋହିଆ ଏକାଡ଼େମୀରେ ଅନୁଷ୍ଠିତ ହେଉଅଛି । ଅତିଥି ରୂପେ ଉପସ୍ଥିତ ହୋଇ କର୍ମଶାଳାରେ ଯୋଗ ଦେବା ପାଇଁ ଅନୁରୋଧ ଗ୍ରହଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ