ଅଟୋ ବାଇକ ମୁହାଁମୁହିଁ , ଜଣେ ମୃତ ଓ ୨ ଗୁରୁତର
ବେଲକୁଣ୍ଠା, (ଯୁଗାବ୍ଦ ନ୍ୟୁଜ) : ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବଡବୋରସିଂ ହୁବୁଲୁଣ୍ଡାର ମଝି ରାସ୍ତାରେ ଗୁରୁବାର ସକାଳ ୧୦ଟା ୩୦ ସମୟରେ ଅଟୋ ବାଇକ ମୁହାଁମୁହିଁ ହେବା ଫଳରେ ଜଣେ ମୃତ ହେବା ସହ ୨ଜଣ ଗୁରୁତର ଆହାତ ହୋଇଛନ୍ତି । ସୁଚନ୍ରାକାରେ, ଗୋବରା ପଞ୍ଚାୟତ ମରାଇାଟ ଗ୍ରାମର ମିଟୁ ଗୌଡ ଓ ସନ୍ତୋଷ ଗୌଡ ଏକ ମୋଟରସାଇକେଲରେ ଯାଉଥିବାବେଳେ ସୋରଡାଥାନା ଅନ୍ତର୍ଗତ ସୋରିଷବାଲି ଗ୍ରାମର ସଂଜୀବ ଗୌଡଙ୍କୁ ଦେଖି ମିଟୁ ଓ ସନ୍ତୋଷ ସେଠାରେ ଅଟକି ସଂଜୀବଙ୍କ ସହ କଥା ହେଉଥିବାସମୟରେ ବଡବୋରସିଂ ଟୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସଂଜୀବର ଛାତି ଓ ମୁଣ୍ଡରେ ଆଘାତ ଲାଗିଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କର।।ଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୁଚନାଯୋଗ୍ୟ, ମୃତ ସଂଜୀବ ନିଜ ବଡ ମା ଘର ମରାଇପାଟରୁ ନିଜ ଗ୍ରାମ ସୋରିଷବାଲି ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା । ମିଟୁର ଗୋଡ ଓ ମୁଣ୍ଡରେ ଆଘାତ ଲାଗିଥିବାବେଳେ ସନ୍ତୋଷର ହାତ, ଗୋଡ ଓ ଛାତିରେ ଆଘାତ ଲାଗିଥିବାରୁ ଉଭୟ ଭଂଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ।ଇ ଗାଙ୍ଗୁର ପୋଲିସ ଘଟଣାସ୍ଥଳକୁ ଯାଇ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।


