ଅଡ଼ବା ବିଜେଡି ଜୋନର କର୍ମୀ ସମ୍ମିଳନୀ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅଡ଼ବା ବିଜେଡି ଜୋନ ପକ୍ଷରୁ ହରଭଙ୍ଗୀ ଡାକ ବଙ୍ଗଳାଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଜେଡି ବ୍ଲକ ସଭାପତି ରଞ୍ଜୀବ ଶବରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବହୁ କର୍ମୀ ଓ ପଦ ପଦବୀରେ ଥିବା ଯୁବନେତା ମାନେ ଉପସ୍ଥିତ ଥିଲେ। ଜିଲ୍ଲା ବିଜେଡି ସମ୍ପାଦକ ପ୍ରକାଶ ନାୟକ ନିଜ ଭାଷଣରେ କର୍ମୀ ମାନଙ୍କୁ ଦଳକୁ ମଜବୁତ ରଖିବାକୁ ହେଲେ ନିଜ ଭିତରେ ଫାଟ ସୃଷ୍ଟି ନ କରି ସମସ୍ତେ ଏକତ୍ରିତ ହୋଇ କାମ କରିବା ଦରକାର। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଯେପରି ବିପୁଳ ପରିମାଣରେ ଭୋଟ ପାଇ ବିଜୟ ଲାଭ କରିବ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ଦରକାର ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ୨୭% ପଛୁଆବର୍ଗ ପ୍ର।ର୍ଥୀଙ୍କୁ ନିର୍ବାଚନରେ ସ୍ଥାନ ଦେବା ପାଇଁ ଘୋଷାଣା କରିଥିବାରୁ ନବୀନ ସରକାରଙ୍କୁ ସମସ୍ତେ ଧନ୍ୟବାଦ ଜାଣଇଥିଲେ। ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଶିବ ଶଙ୍କର ସାହୁ, ଜଗନ୍ନାଥ ଦାଶ,ହାଡ଼ିଆ କନ୍ଧ,ଲାଜର ମାଝୀ, ରାଜୁ ପୂଜାରୀଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।


