ବିଜୁ ଛାତ୍ର ଜନତା ଦଳର ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ: ପ୍ରଣବ ହେଲେ ବ୍ଲକ ସଭାପତି
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସମେତ ୨୫ ପଞ୍ଚାୟତରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି । ବିଜୁ ଛାତ୍ର ଜନତା ଦଳର ଭଦ୍ରକ ଜିଲା ସଭାପତି ଦିପ୍ତୀସୂର୍ଯ୍ୟ ଭରତେନ୍ଦୁ ବିଶ୍ୱାଳ ବ୍ଲକର ଜଣେ ସଭାପତି, ୫ ଉପସଭାପତି, ୧୦ ସାଧାରଣ ସମ୍ପାଦକ, ୧୦ ସମ୍ପାଦକ, ଜଣେ ସୋସିଆଲ ମିଡିଆ ସଂଯୋଜକ ଏବଂ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ସଭାପତି ଓ ସୋସିଆଲ ମିଡିଆ ସଂଯୋଜକଙ୍କୁ ନିଯୁକ୍ତ କରିଥିବା ଜଣାଯାଇଛି । ବ୍ଲକ ସଭାପତି ଭାବେ ପ୍ରଣବ କିଶୋର କିଶୋର ଲେଙ୍କା, ଉପସଭାପତି ଭାବେ ମମତା ମହାକୁଡ, ମୃତ୍ୟୁଞ୍ଜୟ ସୁତାର, ପ୍ରମୋଦ ନାଥ, ସୟଦ ପିଣ୍ଟୁ ଅଲ୍ଲୀ, ଚିତ୍ତରଞ୍ଜନ ପଣ୍ଡା, ସାଧାରଣ ସମ୍ପାଦକ ଭାବେ କ୍ଷୀତିଶ କୁମାର ନାୟକ, ହିମାଦ୍ରୀ ମହାନ୍ତି, ଧରଣୀଧର ପ୍ରଧାନ, ସଞ୍ଜୟ କୁମାର ସାହୁ, ବନିତା ମାଝୀ, ଘନଶ୍ୟାମ ସାହୁ, ଦେବୀଦତ୍ତ ରାମ, ପ୍ରିୟବ୍ରତ ଦାସ, ଓମ୍ ପ୍ରକାଶ ଖଣ୍ଡାଇ, ପୀତବାସ ସ୍ୱାଇଁ, ସଂପାଦକ ଭାବେ ବିଶ୍ୱଜିତ୍ ନାୟକ, ଜ୍ଞାନରଂଜନ ବାରିକ, ସୁବ୍ରତ ଜେନା, ରଘୁନାଥ ଦାସ, ରାକେଶ କୁମାର ମଲ୍ଲିକ, ସୌମ୍ୟ ସେନାପତି, ସତ୍ୟପ୍ରକାଶ ଜେନା, ପୁର୍ଣ୍ଣେନ୍ଦୁ ବିଶ୍ୱାଳ, ଆଶିଷ ସାହୁ, ସାଇପ୍ରସାଦ ସାହୁ, ସୋସିଆଲ ମିଡିଆ ସଂଯୋଜକ ଭାବେ ଈଶ୍ୱର ଗିରି ନିଯୁକ୍ତ ହୋଇଥିବା ଜଣାଯାଇଛି । ସେହିପରି ବ୍ଲକର ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ସଭାପତି ଓ ଜଣେ ସୋସିଆଲ ମିଡିଆ ସଂଯୋଜକ ନିଯୁକ୍ତ ହୋଇଛନ୍ତି । ନବନିଯୁକ୍ତ କର୍ମକର୍ତ୍ତା ମାନେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେଡି ରାଜ୍ୟ ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି ଦିପ୍ତୀସୂର୍ଯ୍ୟ ଭରତେନ୍ଦୁ ବିଶ୍ୱାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।


