ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିକୁ ନେଇ ସିପିଏମର ବିକ୍ଷାଭ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବିଗୁଡୁଛି ଦେଶର ଅର୍ତନୀତି , ଖସୁଛି ଜିଡିପି । ଫଳରେ ଅତି ଆବଶ୍ୟକୀୟ ଜିନିଷର ଦରଦାମ ଏବେ ଆକାଶ ଛୁଆଁ । ଏହାକୁ ବିରୋଧ କରିବା ସହ ଦରଦାମ ହ୍ରାସ କରିବା ଦାବୀ ନେଇ ବ୍ରହ୍ମପୁର ସିପିଏମ ପକ୍ଷରୁ ବିକ୍ଷାଭ ପ୍ରଦର୍ଶନ କରାଯାଇଛି । ସୋମବାର ପାର୍ଟି ପକ୍ଷରୁ ବ୍ରହ୍ମପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ. ଓମ୍ମୁଖରେ ଏକ ବିକ୍ଷାଭ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଂପାଦକ କୌଳାଶ ଷଡଙ୍ଗୀ , ମଣ୍ଡଳୀ ସଭ୍ୟ ସଂପାଦକ ବିଦ୍ୟାଧର ଜେନା , ବସନ୍ତ ନଳ ,. କିଶୋର ମିଶ୍ର ପ୍ରମୁଖ ବକ୍ତଚ୍ୟ ଦେଇ କେନ୍ଦ୍ରରେ ମୋଦୀ ସରକାରଙ୍କ ଦରବୃଦ୍ଧିକାରୀ ନୀତିର ତୀବ୍ରସମାଲୋଚନା କରିଥିଲେ । ୨୦୧୪ ମସିହାରେ ୧୦୦ ଦିନରେ ଦର କମାଇବା ପ୍ରତିଶୃତି ଦେଇଥିବା ମୋଦୀ ସରକାର କେବଳ ଦର ବୃଦ୍ଧିକାରୀ ନୀତି ଗ୍ରହଣ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଦର ନିୟନ୍ତ୍ରଣକାରୀ ଗଣ ବଣ୍ଟନ ବ୍ୟବସ୍ଥାକୁ ସାର୍ବଜନୀନ କରିବା ,ପେଟ୍ରୋଲ ଡିଜେଲର ଦର ହ୍ରାସ କରିବା , ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଦର ହ୍ରାସ କରିବା , କଳାବଜାରୀ ଓ ମହଜୁଦକାରୀଙ୍କୁ ଦଣ୍ଡବିଧାନକାରୀ ଆଇନକୁ କୋହଳ କରିବା ଆଦି ଦାବୀ ନେଇ ପ୍ରତିବାଦ କରିବା ସହ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦର ହ୍ରାସ ନହେଲେ ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ