ଅଧିବକ୍ତା ବିଭୁ ପ୍ରସାଦଙ୍କର ମାଙ୍କ ପରଲୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୁରୀ ମିଶ୍ର ସାହି ନିବାସୀ ପୁରୀ ବିଶ୍ୱମ୍ବର ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଦିବାକର ତ୍ରିପାଠୀ ଙ୍କର ଧର୍ମପତ୍ନୀ ତଥା ଅଧିବକ୍ତା ବିଭୁ ପ୍ରସାଦ ତ୍ରିପାଠୀ ଙ୍କର “ମା” ୭୯ ବର୍ଷ ବୟସରେ ବିଦ୍ୟୁତ୍ ପ୍ରଭା ତ୍ରିପାଠୀ ଦିନ ୧୨.୪୦ ସମୟରେ ଇହଲୀଳା ସମ୍ବରଣ କରିଛନ୍ତି l ସେ ତାଙ୍କ ଝିଅଙ୍କ ସରକାରୀ ବାସଭବନ, ୟୁନିଟ୍-୬ , ଭୁବନେଶ୍ୱର ଠାରେ କିଛିଦିନ ହେବ କରୁଥିଲେ | ମୃତୁ ଶଯ୍ୟା ନିକଟରେ ସାନପୁଅ ପ୍ରଜ୍ଞାନନ୍ଦ , ଝିଅ ପ୍ରଜ୍ଞାଶ୍ରୀ , ଜୟଶ୍ରୀ ବଡ ପୁଅ ବିଭୁ ପ୍ରସାଦ ଓ ପୁତ୍ରବଧୁ ପଦ୍ଜଜା ନାତି ନାତୁଣୀ ଉପସ୍ଥିତ ଥିଲେ | ଧର୍ମପରାୟଣ ମହିଳା ଭାବେ ପୁରୀରେ ପରିଚିତି ରହିଛି | ପୁରୀର ରାମକୃଷ୍ଣ ମିଶନଠାରୁ ଆରମ୍ଭ କରି ସାମାଜିକ ଅନୁଷ୍ଠାନ ଗୁଡିକରେ ସ୍ବର୍ଗତ ତ୍ରିପାଠୀଙ୍କ ସହ ସମଭାବରେ ସହଭାଗୀ ହୋଇ ଜନସାଧାରଣଙ୍କ ସେବାରେ ବ୍ରତୀ ଥିଲେ | ବଡ ପୁଅ ବିଭୁ ପ୍ରସାଦ ତ୍ରିପାଠୀ ପୁରୀ ସ୍ୱର୍ଗଦ୍ୱାର ଠାରେ ସନ୍ଧ୍ୟା ୭ ଘଟିକା ସମୟରେ ମୁଖାଗ୍ନି ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ