ପୁରୁଷୋତ୍ତମପୁର ପଞ୍ଚାୟତରେ “ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ବିଜୁ କୃଷକ ଜନତା ଦଳର ସଭାପତି ସୌମେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଡିଓ ଅଶୋକ କୁମାର ମହାନ୍ତି, ଅତିରିକ୍ତ ବିଡିଓ ଅନିରୁଦ୍ଧ ବେହେରା, ୮ନମ୍ବର ଜିଲ୍ଲା ପରିଷଦ ଜୋନ ସଭ୍ୟ ରଶ୍ମିରଞ୍ଜନ ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅନନ୍ତ ଚରଣ ସେଠୀ, ସରପଞ୍ଚ ପୂର୍ଣ୍ଣିମା ସେଠୀ, ନାଏବ ସରପଞ୍ଚ ଗୁରୁ ଚରଣ ରାଉତ, ପୂର୍ବତନ ପଞ୍ଚାୟତ ସଭାପତି ପ୍ରକାଶ ଚନ୍ଦ୍ର ଲେଙ୍କା, ସିଡିପିଓ କବିତା ନାୟକ ପ୍ରମୁଖ ଯୋଗଦେଇ “ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ପଞ୍ଚାୟତ ଅଧିବାସୀମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ମତ୍ସ୍ୟଚାଷ, ମୃର୍ତ୍ତିକା ସଂରକ୍ଷଣ, ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରଭୃତି ବିଭିନ୍ନ ବିଭାଗର ଷ୍ଟଲ ଖୋଲାଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଲୋକମାନେ ଆଧାର କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପାଇଁ ଉଦ୍ଦିଷ୍ଟ ଷ୍ଟଲରେ ଭିଡ ଜମାଇଥିଲେ । ଯେଉଁମାନେ ବ୍ଲକକୁ ବାରମ୍ବାର ଦୌଡି ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ କିମ୍ବା ଆଧାର କାର୍ଡ ପାଇନଥିଲେ ସେମାନେ ଏହି କାର୍ଯ୍ୟକ୍ରମକୁ ଆସି ଦରଖାସ୍ତ କରିଥିଲେ । ଉପରିସ୍ଥ ଅଧିକାରୀମାନଙ୍କ ଦ୍ୱାରା ସେସବୁର ତଦନ୍ତ କରାଯିବା ପରେ ସେ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭିନ୍ନ ବିଭାଗର ଅଧିକାରୀମାନେ ଆବେଦନକାରୀଙ୍କୁ ପ୍ରତିଶୃତି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ