ଅଧୁରା ସ୍ୱପ୍ନ ହୋଇ ରହିବ ଯିବ କି ଶାରଳା ସମବାୟ ସୂତା କଳ

ତିର୍ତୋଲ( ଅଭିଷେକତ୍ରିପାଠୀ ) : ଦୀର୍ଘ ଦିନରୁ ଶାରଳା ସୂତାକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି ହେଉଥିବା ବେଳେ ତିର୍ତୋଲ ଉପନିର୍ବାଚନ ବେଳେ ଏହା ଜୋର ଧରିଥିଲା । ଶାସକ ଦଳର ନେତାମାନେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ବିଜେଡ଼ି ଜୟଯୁକ୍ତ ହେଲେ ସୂତାକଳ ଖୋଲିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ । ନିର୍ବାଚନ କୁ ୮ ମାସ ବିତିଯାଇଥିଲେ ମଧ୍ୟ ସେ ଦିଗକୁ କେହି ଦୃଷ୍ଟି ଦେଉନାହାନ୍ତି । ଗତ କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୧୫ କୋଟି ଟଙ୍କାର ୨୯ଟି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ କିନ୍ତୁ ସୂତାକଳ ପାଇଁ କିଛି ଘୋଷଣା ନଥିଲା । ଯାହା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ଚାପାଗୁଜଂରଣ ସୃଷ୍ଟି କରିଛି ।ଏମତି ବି ଏହା କାଳେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ଥୋପ ପ୍ରକୃତରେ ଯଦି ସାଧାରଣ ଲୋକଙ୍କ ପାଇଁ ସରକାର ଚିନ୍ତାପ୍ରକଟ କରୁଥାନ୍ତେ ତାହାଲେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି ସାରଳା ସୂତାକଳକୁ ପୁନଃ କାର୍ଯ୍ୟକ୍ଷମ କରିପାରିଥାନ୍ତେ ଯାହା ଦ୍ୱାରା ଅନେକ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇପାରିଥାନ୍ତେ ବୋଲି ଯୁବନେତା ଇଂ ଭିକିଶର୍ମା ନିଜର ମତ ପ୍ରକାଶ କରିଛନ୍ତି |ହେଲେ ଏଠି କଥା ଉଠୁଛି ଯଦି ସୂତାକଳ କୁ ଢାଲ କରି ନିର୍ବାଚନ ବୈତରଣୀ ପାରି ହୋଇଥିବା ଶାସକ ଦଳ ର ନେତା କଣ ତାଙ୍କ ଦେଇଥିବା ପ୍ରତିଶୃତି କୁ ଭୁଲିଯାଇଛନ୍ତି ନା ପିତା ଙ୍କ ସ୍ବପ୍ନ କୁ ସାକାର କରିବାକୁ ମନବଳାଉନାହାନ୍ତି ବିଧାୟକ |ଯାହା ଏବେ ସବୁ ଆଡେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି |ତେବେ ଦେଖିବାକୁ ବାକିରହିଲା ସୂତାକଳ ସ୍ବପ୍ନ କେବେ ବାସ୍ତବତାର କାର୍ଯ୍ୟକ୍ଷମ ହୋଇପାରୁଛି ତିର୍ତୋଲ ବାସୀଙ୍କୁ ଦେଇଥିବା ସ୍ବପ୍ନ ର ପ୍ରତିଶୃତି କେବେ ସଫଳ ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ