ଅନଶନ ବନ୍ଦ କରିବାକୁ ଶ୍ରୀକାନ୍ତଙ୍କୁ ଅନୁରୋଧ କଲେ ସଂଗ୍ରାମୀ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ରାଜକନିକାର ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଅନଶନ କରି ଅସୁସ୍ଥ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଶ୍ରୀକାନ୍ତ ନାୟକଙ୍କୁ ଅନଶନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ସ୍ୱାଧୀନତା ସଂଗ୍ରାମୀ ତଥା ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ରାଜ୍ୟ ସଂଯୋଜକ ପ୍ରଦ୍ମଚରଣ ନାୟକ । ଶ୍ରୀ ନାୟକ ଡାକ୍ତରଖାନାରେ ଶ୍ରୀକାନ୍ତଙ୍କୁ ଭେଟି କହିଛନ୍ତି ଯେ ଏହି ସମସ୍ୟାର ସମାଧାନ ପାଇଁ ଅନଶନ କେବଳ ଏକମାତ୍ର ବାଟ ନୁହେଁ । ଏ ନେଇ ଅନେକ ପ୍ରକାର ବାଟ ରହିଛି । ଏ ଘଟଣାରେ ଆମେ କୋର୍ଟର ଆଶ୍ରୟ ନେଇ ପାରିବା । କୋର୍ଟ ଏ ସଂକ୍ରାନ୍ତରେ ବିଚାର କରିବେ । ଏତଦବ୍ୟତିତ ଆହୁରି ଅନେକ ବାଟ ରହିଛି । ଯାହା ଦ୍ୱାରା ସମସ୍ୟାର ସମାଧାନ ହୋଇ ପାରିବ । ଅନଶନ କରି ନିଜ ଶରୀରକୁ ଅସୁସ୍ଥ କରିବା ଉଚିତ ନୁହେଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ