ଚୋରା କଳା ପଥର କାରବାରରେ ଦୁଇ ଟ୍ରକ ଜବତ, ୨ଚାଳକ ଅଟକ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଚୋରା କଳାପଥର କାରବାର ଅଭିଯୋଗରେ କେନ୍ଦ୍ରାପଡା ଟାଉନ୍ ଥାନା ପୋଲିସ ଦୁଇଟି ଟ୍ରକ ଜବତ କରିବା ସହିତ ୨ଟ୍ରକ ଚାଳକଙ୍କୁ ଥାନାରେ ଅଟକ ରଖି ପଚାରା ଉଚୁରା ଜାରି ରଖିଛି । ତିନିମୁହାଣୀ ଫାଣ୍ଡି ହାବିଲଦାର ପୀତାମ୍ବର ବରାଳଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ ହୋଇଛି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବିନା କାଗଜପତ୍ରରେ ଗାଡି ଦୁଇଟି ଯାଜପୁର ଜଲ୍ଲାର ଚଢେଇ ଧରାରୁ ଦୁହୁରିଆ ଦେଇ କେନ୍ଦ୍ରାପଡ଼ା ସହର ଅଭିମୁଖେ ଆସୁଥିଲା । ସେତେବେଳ ଡ୍ୟୁଟିରେ ଥିଲେ ହାବିଲଦାର ଶ୍ରୀ ବରାଳ । ସେ ଗାଡି ଦୁଇଟିକୁ ଅଟକାଇ ଯାଞ୍ଚ କରିଥିଲେ । କାରଣ କଳା ପଥର ବୋହୁଥିବା ଟ୍ରକ ୨ଟି ଆବଶ୍ୟକତା ଠାରୁ ଅଧିକ ମାଲ ପରିବହନ କରୁଥିଲା । ଗାଡି ଯାଞ୍ଚ ବେଳେ ଜଣାପଡିଥିଲା ଯେ ଗାଡିରେ ବୋଝେଇ ହୋଇଥିବା କଳାପଥରର କୈାଣସି କାଗଜପତ୍ର ନାହିଁ । ତେଣୁ ଗାଡି ଦୁଇଟିକୁ ଥାନାକୁ ନେବା ସହ ଶ୍ରୀ ବରାଳ ଏତଲା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ