ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ସହରର ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା ଓ ଛତ୍ରପୁର ଗୋଷ୍ଟୀ ଶିକ୍ଷାଧିକାରୀ ସୀତାରାମ ପାତ୍ର, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରି ବନ୍ଧୁ ପଣ୍ଡା ପ୍ରମୁଖ ଯୋଗ ଦେଇ ବୃକ୍ଷ ହିଁ ଜୀବନ ବୋଲି କହିବା ସହ ବିଦ୍ୟାଳୟ ପରିସରରେ ନିଜେ ବୃକ୍ଷ ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାମ, ଅଁଳା, ଡାଳିମ୍ବ, ସଚିନା, ଶାଗୁଆନ ଓ ବାଦାମ ଭଳି ବିଭିନ୍ନ ରକମର ବୃକ୍ଷରୋପଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଞ୍ଜନା ଶ୍ରୀ ବାଡତ୍ୟା, ବ୍ଲେଶୀ ପ୍ରଧାନ, ସରିତା କୁମାରୀ ପାଠୀ, ଏସ. ରାଜଲକ୍ଷ୍ମୀ, ଶିକ୍ଷକ ଅରୁଣ କୁମାର ମାନସିଂ ପ୍ରମୁଫ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଇକୋ କ୍ଲବ ର ଛାତ୍ର ମାନେ ସହଯୋଗ କରିଥିଲେ । ସେହିପରି ଛତ୍ରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ