ଛତ୍ରପୁରରେ ମା ରାମାୟାଣାମ୍ମାଙ୍କ ଯାତ୍ରା ୩୧ ଦିନରେ : ରିକାପଲ୍ଲୀ ପରିକ୍ରମା କଲା ମାଙ୍କ ଘଟ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଆରାଧ୍ୟ ଦେବୀ ମା ରାମାୟାଣାମ୍ମାଙ୍କ ଯାତ୍ରା ରବିବାର ୩୧ ଦିନରେ ପହଂଚିଛି । ଆଜି ମା ସହର ସ୍ଥିତ ରିକାପଲ୍ଲୀ ସାହି ପରିକ୍ରମା କରିି ଭକ୍ତ ମାନଙ୍କ ଠାରୁ ଭୋଗ ଗ୍ରହଣ କରିଛନ୍ତି । ମାଙ୍କ ଘଟ ସମ୍ମୁଖରେ ଆନ୍ଧ୍ରା କାଳି ନୃତ୍ୟ, କାଠପାଦ କାଳୀ ନୃତ୍ୟ, ସମ୍ବଲପୁର ର ସିଙ୍ଗ ବାଜା, ବିଭିନ୍ନ ଦେବା ଦେବୀଙ୍କ କଣ୍ଢେଇ ନାଚ, ବାଘ ନାଚ ଆଦି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଠ କରିଛି । ମାଙ୍କ ଯାତ୍ରା ରେ ବହୁ ମାନସିକ ଧାରୀ ମାନେ ବିଭିନ୍ନ ବେଶ ଧରି ମାଙ୍କୁ ଦର୍ଶନ କରି ନିଜ ନିଜ ମାନସିକ ପୂରଣ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମାଙ୍କ ଯାତ୍ରା ଲାଗି ଛତ୍ରପୁର ସହର ଚଳଚଂଚଳ ହୋଇ ପଡିଥିବା ବେଳେ ମୁଖ୍ୟ ବଜାର ଆଲୋକ ମାଳାରେ ଝଲସି ଉଠିଛି । ସେହିପରି ସହରର ଷ୍ଟେସନ ରୋଡ୍ ଠାରେ ମୀନା ବଜାର ଓ ରାମ ଦୋଳି କୁ ଅଧିକ ମାତ୍ରାରେ ଲୋକେ ଯାଇ ମଜା ଉଠାଉଥିବା ଦେଖିବାକୁ ମିଳିଛି । ଏହା ସହ ମୀନା ବଜାର ରେ ଓଡିଶା ପ୍ରସିଦ୍ଧ ମଥୁରା କେକ୍ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ଘର କରଣା ସାମଗ୍ରୀ ଗୁଡିକୁ ମଧ୍ୟ ଲୋକେ ବୁଲି ବେସ ମଜା ନେଉଥିବା ଦେଖିବାକୁ ମିଳୁଛି । ସମସ୍ତ କାର୍ଯୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର କେ. ଚନ୍ଦ୍ର ଶେଖର ରେଡ୍ଡି ସହଯୋଗ କରିଥିଲେ । ସୂଚନା ଥାଉ କି ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାନାମ୍ମାଙ୍କ ଏହି ଯାତ୍ରା ଗତ ମେ ମାସ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୭ ତାରିଖ ଦିନ ଏହି ଯାତ୍ରା ଉଦଯାପିତ ହେବ । ଯାତ୍ରା ସରିବାକୁ ଆଉ ଅଳ୍ପ ଦିନ ରହିଥିବା ବେଳେ ସହର ଏବଂ ଆଖପାଖ ଅଂଚଳରୁ ଶ୍ରଦ୍ଦାଳୁ ମାନେ ଛତ୍ରପୁର ସହରରେ ଭିଡ ଜମାଉଛନ୍ତି । ଯାହା ଦ୍ୱାରା ସହର ଚଳ ଚଂଚଳ ହୋଇଉଠିଥିବା ପରିଲକ୍ଷିତ ହେଉଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ