ଅନେକ ଗାଁ ଜଳବନ୍ଦୀରେ ବିଦ୍ୟୁତ୍ ତାର ଦ୍ୱାରା ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଲୋକେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କିଛି ଦିନ ହେଲା ଲଗାଣ ବର୍ଷା ଯୋଗୁଁ ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁଁ ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁଝୁଳି ପଞ୍ଚାୟତର ଅନେକ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି। ଗାଙ୍ଗୁଡ଼ିପଙ୍କାଳ ଗାଁ ସମେତ ଗରଡ଼ମା, ଖାରୀଗୁଡା, ମାଣ୍ଡିମେରା ପଞ୍ଚାୟତର ମଧ୍ୟ କିଛି ଗାଁ ଜଳବନ୍ଦୀ ଅବସ୍ଥାରେ ଥ‌ିବା ଜଣାପଡ଼ିଛି । ଗାଁ ଲୋକେ ବିଦ୍ୟୁତ ତାର ସହାୟତାରେ ନଦୀ ପାର ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ଦେଖ‌ିବାକୁ ମିଳିଛି। ଏଭଳିକି ଗାଁର ମହିଳା ଓ ଛୋଟ ପିଲାମାନେ ମଧ୍ୟ ବିପଦଶଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି | ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ବହୁବାର ଦାବି କରିଛନ୍ତି ଅଞ୍ଚଳବାସୀ | ପ୍ରତିବର୍ଷ ବର୍ଷା ଦିନ ଆସିଲେ ଏଭଳି ସମସ୍ୟାରସମ୍ମୁଖୀନ ହେଉଛନ୍ତି ଏକାଧ୍କ ଗାଁ ଲୋକେ | ତେଣୁ ଏହି ନଦୀ ଉପରେ ପୋଲୋ ନିର୍ମାଣ ପାଇଁ ଦାବି ହେଉଛି | ଆଗାମୀ ଦିନରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ