ପାରଳାଖେମୁଣ୍ଡି ରେଳଷ୍ଟେସନ ରାସ୍ତା ମରଣଯନ୍ତା ପାଲଟିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ରେଳଷ୍ଟେସନ ରାସ୍ତା ଅତ୍ୟନ୍ତ ଦୟନୀୟ ହୋଇ ବହୁ ଦିନ ଧରି ପଡି ରହିବା ଯୋଗୁଁ ରାସ୍ତାଟି ମରଣଯନ୍ତା ପାଲଟିଛି. ଏହି ରାସ୍ତା ଦେଇ ଯାତ୍ରୀମାନେ ଯିବା ଆସିବା ପାଇଁ ରାସ୍ତାରେ ଚଳାଚଳ କରିବା ବହୁତ ଆସୁଥିବା ସମ୍ମୁଖୀନ ହେବାକୁ ପଡ଼ୁଛନ୍ତି। ପାରଳାଖେମୁଣ୍ଡି ଷ୍ଟେସନରେ ଉନ୍ନତିମୁଳକ କାର୍ଯ୍ୟକ୍ରମ ବହୁତ ଦିନ ହେଲାଣି ଚାଲିଥିବା ଦେଖିବାକୁ ମିଳିଛି। ବର୍ତମାନ ପ୍ଲାଟଫର୍ମ ବାହାର ପଡ଼ିଆ କାର୍ଯ୍ୟକ୍ରମ ଚାଲୁଥିବା ଦେଖିବାକୁ ମିଳିଛି। ଏହି ସ୍ତଳରେ ମୁରମ ମାଟି ଗୁଡିକ ଉଚ୍ଚା କରି ପକାଇ ଦିଆଯାଇଛି। ହେଲେ ଦୁ଼ଃଖର ବିଷୟ ଉନ୍ନତିମୂଳକ କାର୍ଯ୍ୟକ୍ରମ ଚାଲିବା ବେଳେ ସାଧାରଣତଃ ଯାତ୍ରୀମାନେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି ବୋଲି ଯାତ୍ରୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଯାହାକି ଏଠାରେ ବିଭାଗୀୟ ଅଧିକାରୀଙ୍କ ଦାୟୀତ୍ୱହୀନତା ଦେଖିବାକୁ ମିଳିଛି ଯାହାକି ବର୍ତ୍ତମାନ ଆଷାଢ଼, ଶ୍ରାବଣ ମାସର ମୈଷୁମି ବର୍ଷାରେ ଷ୍ଟେସନ ନିକଟରେ ମାଟି ଉଚ୍ଚା ହୋଇ ପଡ଼ିଛି ଯାହା ଫଳରେ ବର୍ତମାନ ବର୍ଷା ଯୋଗୁଁ ଧାନ ବିଲ ଆକାରରେ ପ୍ରସ୍ତୁତ ହୋଇଯାଇଛି, ଯେଉଁ ରାସ୍ତା ଚଳାଚଳ ପାଇଁ ଦେଖାଯାଉଛି ସେଠାରେ ଖାଲଖମା ହୋଇ କାଦୁଆ ପାଣିରେ ସଂପୂର୍ଣ୍ଣ ରୂପେ ଖରାପ ହୋଇଯାଇଛି। ସେହି ରାସ୍ତାରେ ଯାତ୍ରୀମାନେ ଚାଲିଲେ ଗୋଡ଼ ପୋତି ହୋଇଯାଇଛି। ମଟର ସାଇକେଲ ଗୁଡ଼ିକ ସ୍ଲିପ ହୋଇ ଲୋକେ ପଡୁଛନ୍ତି।ଆଟୋ ରିକ୍ସା ମଧ୍ୟ ଚକା ଦବି ଯାଉଛି। ଏହି ସମସ୍ତ ବିଷୟବସ୍ତୁକୁ ଦେଖିବାକୁ ଗଲେ ପାରଳାଖେମୁଣ୍ଡି ରେଳଷ୍ଟେସନରେ ରେଳ ସମୟ ହେଉଛି ସକାଳୁ ଭୋର ୪ଘଣ୍ଟା ରେ ମେମୁ ଟ୍ରେନ, ତାହା ପରେ ଗୁଣୁପୁର -ପୁରୀ ଟ୍ରେନ ସେ ସମୟରେ ଅନ୍ଧାର ସମୟ, ଏବଂ ସନ୍ଧ୍ୟା ୭ରେ ପୁରୀ -ଗୁଣୁପୁର ଆସିବା ବେଳେ, ମଧ୍ୟରାତ୍ରରେ ୧ଘଣ୍ଟା ସମୟ କଟକ ମେମୁ ଟ୍ରେନ ଆସନ୍ତି ଶହ ଶହ ଯାତ୍ରୀ, ଏହି ଯାତ୍ରୀମାନେ ପ୍ଲାଟଫର୍ମରୁ ପଦାକୁ ବାହାରିବା ପରେ ରେଳ ବିଭାଗର ରାସ୍ତା ପାର ହେବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛନ୍ତି। ଖାସ୍ କରି ବିଶାଖାପାଟଣା ରେଳ ରେ ବହୁତ ରୋଗୀ ମାନେ ସ୍ବାସ୍ଥ୍ୟ ଦେଖିବାକୁ ଦେଖିବାକୁ ଯାଉଥିବା ଦେଖିବାକୁ ମିଳିଛି, ସେମାନଙ୍କ ପାଇଁ ମଧ୍ୟ ରାସ୍ତାରେ ଚଳାଚଳ କରିବା ପାଇଁ ଶୋଚନୀୟ ହେଉଥିବା ଦେଖିବାକୁ ମିଳିଛି। ଏହି ସମସ୍ତ ବିଷୟବସ୍ତୁ ଦେଖିବାକୁ ଗଲେ ବର୍ତ୍ତମାନ ଅଞ୍ଚଳ ବାସିନ୍ଦା ଏବଂ ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି ରେଳ ବିଭାଗୀୟ ଅଧିକାରୀଙ୍କ ଯଥା ଶୀଘ୍ର ରାସ୍ତାର ଖାଲଖମା ଗୁଡିକ ମରାମତି କରି ତା ଉପରେ ମେସିନ ଚଳାଚଳ କରି ପ୍ରଥମେ ଯିବାଆସିବା ରାସ୍ତାକୁ ମରାମତି କରାଯାଉ ବୋଲି ଅଭିଯୋଗ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ