ଅନେକ ଦିନର ସ୍ୱପ୍ନ ପୁରଣ ହେଉଛି

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକର ୩୯ଟି ପଚାଂୟତବାସୀ ପ୍ରତ୍ୟେକ ଦିନ ନିର୍ଭର କରନ୍ତି ମୋହନା ବଜାର ଉପରେ । ପ୍ରତ୍ୟେକ ଦିନ ଶହ ଶହ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାତାୟତ କରନ୍ତି ମୂଖ୍ୟ ରାସ୍ତା ଦେଇ ଏପରିକି ଏହି ରାସ୍ତା ଦେଇ କେତେ ଯେ ସରକାରୀ ଅଧିକାରୀ ନେତା ମନ୍ତ୍ରୀମାନେ ଯାତାୟତ କରନ୍ତି । ରାସ୍ତାର ଦୁଇ ପାଶ୍ୱର୍ରେ ଡ୍ରେନ ନଥିବା ହେତୁ ଅନେକ ସମୟରେ ଘରର ଆବର୍ଜନା ପାଣି ରାସ୍ତା ଉପରେ ସୁଅ ଛୁଟିଥାଏ । ସେହି ପାଣି ଉପରେ ଗାଡି ଯ।ତାୟତରେ ଛାତ୍ରଛାତ୍ରୀଙ୍କ ଉପରକୁ ପାଣି ଛିଟା ପଡିଥାଏ । ଏହି ସବୁ ସମସ୍ୟାକୁ ନେଇ ବାରମ୍ବାର ଖବରକାଗଜରେ ପ୍ରସାରଣ ପରେ ପୂର୍ତ୍ତ ବିଭାଗ ବର୍ତମାନ ଦୁଇ ପାଶ୍ୱର୍ରେ ଡ୍ରେନ କାମ ଆରମ୍ଭ କରିଛନ୍ତି । ଗୋଟିଏ ପାଶ୍ୱର୍ରେ ଶେଷ ହେବାକୁ ଆସୁଥିବା ବେଳେ ଅନ୍ୟ ପାଶ୍ୱର୍ରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଯାହାରି ଫଳରେ ଉଠା ଦୋକାନୀମାନେ ନିରାଶ ହୋଇ ଘରେ ବସି ରହିଛନ୍ତି । ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନଙ୍କ ପାଇଁ ମାର୍କେଟ କମ୍ପେ୍ଳକ୍ସ କରି ପ୍ରଦାନ କରାଯାଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ