ଅନ୍ତର୍ଜାତୀୟ ନୃତ୍ୟ ମଞ୍ଚରେ ପ୍ରଥମ ହୋଇଥିବା ଓଡ଼ିଆ ଝିଅ ପ୍ରିୟାଂଶୀଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରେ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅନ୍ତର୍ଜାତୀୟସ୍ତରରେ ନୃତ୍ୟ ପରିବେଷଣ କରି ପ୍ରଥମସ୍ଥାନ ହାସଲ କରି ନୃତ୍ୟ କ୍ଷେତ୍ରରେ ଓଡ଼ିଶା ପାଇଁ ଗୌରବ ଆଣିଥିବା ଓଡ଼ିଆ ଝିଅ ପ୍ରିୟାଂଶୀଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ରେଳଷ୍ଟେସନରେ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ, ଓଡ଼ିଶା, ଭୁବନେଶ୍ୱର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରିୟାଂସୀ ଭୁବନେଶ୍ୱରରେ ପହଞ୍ôଚବା ପରେ ଟ୍ରଷ୍ଟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ଦିଗାଲ, ସିଦ୍ଧାନ୍ତ ନାୟକ, ରୁଦ୍ର, ପଶୁପ୍ରେମୀ ପ୍ରଦୀପ ଦାସ, ଜ୍ୟୋତ୍ସ୍ନା, ଆୟୁଷ ଏବଂ ପାୟଲ ପ୍ରମୁଖ ପ୍ରିୟାଂଶକୁ ଫୁଲତୋଡ଼ା, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏଠାରେ ସୂଚନା ଯୋଗ. ନଭେମ୍ବର ୨୬ରୁ ନୂଆଦିଲ୍ଲୀସ୍ଥିତ ଏମ୍‌ସିୟୁଆଇ ଅଡ଼ିଟୋରିୟମ ଓ କନଭେନସନ ସେଣ୍ଟରରେ ଅନ୍ତର୍ଜାତୀୟ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମରେ ୩ସସସ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଆଇକନ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୮୨୦୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୯୩ଜଣ ଫାଇନାଲ ରାଉଣ୍ଡକୁ ମନୋନୀତ ହୋଇଥିଲେ । ଓଡ଼ିଶାର କୁନି ପ୍ରତିଭା ପ୍ରିୟାଂଶୀ ସେମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡ଼ିଶାର ପ୍ରିୟାଂଶୀ ଜେନା ଓ ରାଜସ୍ଥାନର କୌଶିକ ଯୋଶୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଗାମୀ ଡ଼ିସେମ୍ବର ମାସ୨୪ ତାରିଖରେ ଚିକାଗୋରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଆଇକନରେ ଭାଗ ନେବାପାଇଁ ପ୍ରିୟାଂଶୀ ମନୋନୀତ ହୋଇଛନ୍ତି । ପ୍ରିୟାଂଶୀ ଜେନା ଭୁବନେଶ୍ୱରସ୍ଥିତ ଫ୍ଲଲେସ୍ ଡ଼୍ୟାନ୍ସ ଏକାଡ଼େମୀରେ ନୃତ୍ୟ ଶିଖୁଛନ୍ତି । ଗୁରୁ ଆଶିଷ କୁମାରଙ୍କ ତତ୍ତ୍ୱାବଧାନରେ ପ୍ରିୟାଂଶୀ ଆଜି ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରି ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି । ଏହି ସଫଳତା ପରେ ଆଗାମୀ ଦିନରେ ଉଚ୍ଚକୋଟୀର ନୃତ୍ୟ ପରିବେଷଣ ପାଇଁ ପ୍ରିୟାଂଶୀ ଓଡ଼ିଶାର ସମସ୍ତ ଗୁରୁଜନମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ