ପଞ୍ଚମ ଗୀତାଞ୍ଜଳି ଏକ୍ସଲେନ୍ସି ଆୱାର୍ଡ଼-୨୦୨୨ ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସଲେନ୍ସିଠାରେ ପଞ୍ଚମ ଗୀତାଞ୍ଜଳି ଏକ୍ସଲେନ୍ସ ଆୱାର୍ଡ଼-୨୦୨୨ ପ୍ରଦାନ କରାଯାଇଛି । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦ଜଣ ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଭାରତ କୁକିଙ୍ଗ କୋଲ ଲିମିଟେଡ଼ର ନିବେଶକ ସତ୍ୟବ୍ରତ ପଣ୍ଡା, ସମାଜସେବୀ ସୁଚିସ୍ମିତା ପୃଷ୍ଟି, ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର, ମ୍ୟାନେଜିଂ ଟ୍ରଷ୍ଟି ତାପସ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅନ୍ୟତମ ସଦସ୍ୟ ବିଶ୍ୱଜିତ ସାମନ୍ତରାୟ, ଲକ୍ଷ୍ମଣ ଜେନା, ହରପ୍ରସାଦ ମହାନ୍ତି, ବନ୍ଦନା ମିଶ୍ର, ବିଭାରାଣି ପାତ୍ର, ବିଶ୍ୱରଞ୍ଜନ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ ଅଲ୍ଟିମେଟ ମେଡ଼ିକେୟାରର ସିଇଓ ଶ୍ୱେତାପଦ୍ମା ଦାସ, ଶିକ୍ଷା କ୍ଷେତ୍ରରେ ଏମ୍ଆଇଟିଏମ୍ର ନିର୍ଦ୍ଦେଶକ ସୀମାଦ୍ରି ତନୟା ଲେଙ୍କା, କର୍ପୋରେଟ ଆଫେୟାର୍ସ କ୍ଷେତ୍ରରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ଼ର ଡେପୁଟି ଜେନେରାଲ ମ୍ୟାନେଜର ସଞ୍ଜୟ କୁମାର ସାହୁ, ୟୁଥ୍ ଏମ୍ପାୱାରମେଣ୍ଟର ଷ୍ଟାଲିନ ପରିଜା, ହୋମିଓପ୍ୟାଥି ଚିକିତ୍ସା କ୍ଷେତ୍ରରେ ନେତ୍ରାନନ୍ଦ ଭୋଇ, ବୈଷୟିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶା କମ୍ପୁଟର ଏକାଡ଼େମୀର ପରିଚାଳନା ନିର୍ଦ୍ଦେଶକ ତନ୍ମୟ ମହାପାତ୍ର, ଉପସ୍ଥାପନା କ୍ଷେତ୍ରରେ ଶୁଭୋଜିତ ପଣ୍ଡା, ଆଇନ କ୍ଷେତ୍ରରେ ସଙ୍ଗୀତା ମାଝୀ, ସାହିତ୍ୟ କ୍ଷେତ୍ରରେ ସ୍ୱୟଂପ୍ରଭା ରଥ ଏବଂ ଅଟୋମୋବାଇଲ କ୍ଷେତ୍ରରେ ପ୍ରୀତିପଲ୍ଲବୀ ପଟ୍ଟନାୟକଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ । ଏହସହିତ ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।


