ଅନ୍ନପୂର୍ଣ୍ଣା ଫାଇନାନ୍ସ ଦ୍ୱାରା ମହିଳା ଦିବସ

ଖୋର୍ଦ୍ଧା : ଅନ୍ନପୂର୍ଣ୍ଣା ଏମ୍‌ଏସ୍‌ଏମ୍‌ଇ ଫାଇନାନ୍ସ ଦ୍ୱାରା ‘ମହିଳା ଦିବସ’ ଉପଲକ୍ଷେ ୱହାରମୋନୀ-୨୦୨୦ ହୋଟେଲ ନ୍ୟୁ ମାରିୟନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ପ୍ରତିଷ୍ଠିତ ମହିଳା ଉଦ୍ୟୋଗୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । କର୍ମଶାଳାରେ ମହିଳା ଉଦ୍ୟୋଗୀମାନେ ନିଜ ପରିବାର ସଙ୍ଗେ ନିଜର ଉଦ୍ୟୋଗ କିପରି ପରିଚାଳନା କରିଥାନ୍ତି ସେ ବିଷୟରେ ଆଲୋଚନା ହୋଇଥିଲା ଏବଂ ଡ଼ିଜିଟାଲ ୱାଲର୍ଡ଼ରେ ସେମାନେ କିପରି ନିଜକୁ ନିୟୋଜିତ କରିପାରୁଛନ୍ତି ଏବଂ ଏତଦ୍‌ଦ୍ୱାରା ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚାନଚକ୍ରରେ ଅନ୍ନପୂର୍ଣ୍ଣା ଫାଇନାନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ ଯୋଗଦେଇ ଓଡ଼ିଶାର ଅଗ୍ରଣୀ ମହିଳା ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ପ୍ରୋତ୍ସାହନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ