ଅନ୍ଲାଇନ୍ରେ ଫୋନ୍ ବଦଳରେ ସାଂସଦଙ୍କ ପାଖକୁ ଆସିଲା ପଥର
କୋଲକାତା: ପଶ୍ଚିମବଙ୍ଗସ୍ଥିତ ମାଲଦାର ବିଜେପି ସାଂସଦ ଖାଗେନ ମୁର୍ମୁ ଅନ୍ଲାଇନ୍ ସପିଂସାଇଟ୍ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି । ସେ ଦୀପାବଳୀ ସେଲ୍ ସମୟରେ ଅନ୍ଲାଇନ୍ ସାଇଟ୍ରୁ ଏକ ଫୋନ୍ ବରାଦ କରିଥିଲେ । ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ପାଖକୁ ଫୋନ୍ ବଦଳରେ ଏକ ପଥର ଆସିଛି । ୨୦୧୯ ନିର୍ବାଚନରେ ବିଜୟ ଲାଭ କରିବା ପୂର୍ବରୁ ମୁର୍ମୁ ତିନି ଥର ବିଧାୟକ ହୋଇଛନ୍ତି । ଜାଣିବାକୁ ମିଳିଛି ଯେ ଏକ ଲୋକପ୍ରିୟ ଅନ୍ଲାଇନ୍ ସାଇଟ୍ରୁ ସେ ୧୧,୯୯୯ ଟଙ୍କାର ଏକ ଫୋନ୍ ବରାଦ ଦେଇଥିଲେ । ମାତ୍ର ଫୋନ୍ ବଦଳରେ ତାଙ୍କ ପାଖକୁ ଆସିଛି ଏକ ପଥର ଖଣ୍ଡ । ସେ କ୍ୟାସ୍-ଅନ୍-ଡେଲିଭରି ବିକଳ୍ପ ଚୟନ କରି ତାଙ୍କ ସମ୍ପର୍କୀୟଙ୍କୁ ଉପହାର ଦେବାକୁ ଏକ ଫୋନ୍ ମଗାଇଥିଲେ । ଡେଲିଭରି ବୟ ଆସି ଫୋନ୍ ଦେଇ ଚାଲିଯାଇଥିଲା । ମୁର୍ମୁ ପରେ ପ୍ୟାକେଟ୍ଟିକୁ ଖୋଲିବା ପରେ ଫୋନ୍ ବଦଳରେ ପ୍ୟାକେଟ୍ ଭିତରୁ ଏକ ପଥର ବାହାରିଥିଲା । ମୁର୍ମୁ ତା’ପରେ ପୁଲିସ୍ ଷ୍ଟେସନ୍ ଯାଇ ଏକ ମାମଲା ରୁଜୁ କରିଛନ୍ତି । ପୁଲିସ୍ ତଦନ୍ତ ଆରମ୍ଭ କରିଛି ।


