ଅଭିନେତା-ଅଭିନେତ୍ରୀଙ୍କ ନାମରେ ବିକ୍ରି ହେଉଛି ଗଧ
ଚିତ୍ରକୁଟ: ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ମୁଗଲ କାଲିନ ଐତିହାସିକ ଗଧ ମେଳା ଦୀପାବଳିର ଦୁଇଦିନ ପରେ ଆରମ୍ଭ ହୋଇଥାଏ । ଏହି ମେଳାରେ ଗଧମାନଙ୍କୁ ୫୦ ହଜାର ଟଙ୍କାରୁ ନେଇ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥାଏ । ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଅନେକ ବ୍ୟବସାୟୀ ନିଜର ଗଧମାନଙ୍କୁ ନେଇ ଏହି ମେଳାରେ ସାମିଲ ହୋଇଥାଆନ୍ତି । ଅନେକ ସଂଖ୍ୟାରେ ଲୋକେ ଏହି ମେଳାରୁ ଆସି ଗଧ କିଣି ନେଇଥାଆନ୍ତି ।
ଏହି ମେଳାର ବିଶେଷତ୍ୱ ହେଉଛି ଗଧମାନଙ୍କୁ ବଲିଉଡ୍ର ଅଭିନେତା-ଅଭିନେତ୍ରୀଙ୍କ ନାମରେ ବିକ୍ରି କରାଯାଇଥାଏ । ମେଳାରେ ସଲମାନ୍ ଖାନ୍, ଶାହାରୁଖ ଖାନ୍ ସହିତ ହ୍ରିତିକ ରୋଶନ୍ ଓ ରଣବୀର ସିଂହ ନାମକ ଗଧକୁ ଲୋକେ ଅଧିକ ମାତ୍ରାରେ କ୍ରୟ କରିଥିବା ଜଣାପଡ଼ିଛି । ସଲମାନ୍ ଖାନ୍ଙ୍କ ନାମ ଦିଆଯାଇଥିବା ଗଧକୁ ଲୋକେ ୧୦ଲକ୍ଷ ଟଙ୍କାରେ କିଣିଥିବାବେଳେ ଶାହାରୁଖ୍ ଖାନ୍ଙ୍କ ନାମ ଦିଆଯାଇଥିବା ଗଧ ୧୧ଲକ୍ଷ, ହ୍ରିତିକ ରୋଶନ୍ ଓ ରଣବୀର ସିଂହଙ୍କ ନାମ ଦିଆଯାଇଥିବା ଗଧକୁ ୮ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା ।


