ଫେବୃୟାରୀ ୮ରେ ଧମକ ସମ୍ପର୍କରେ ଥାନାରେ ହୋଇଥିଲା ଏତଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଅରବିନ୍ଦ ମିଶ୍ରଙ୍କ ପୁଅ ଶୁଭକେଶଙ୍କ ମୋବାଇଲକୁ ଫେବୃୟାରୀ ୮ ତାରିଖରେ ଏକ ଧମକପୂର୍ଣ୍ଣ ଫୋନ କଲ ଆସିଥିଲା । ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ବିବାହ ନ କଲେ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯିବ ବୋଲି ସୁପାରୀ କିଲର ଧମକ ଦେଇଥିଲେ । ଏ ନେଇ ମହାକାଳପଡ଼ା ଥାନାରେ ଏତଲା ଦିଆଯାଇଥିଲା । ହେଲେ ପୋଲିସ ଏହାକୁ ହାଲୁକା ଭାବେ ଗ୍ରହଣ କରିଥିଲା । ପୋଲିସ ଯଦି ସେହିଦିନ ମୋବାଇଲର କଲ ରେକର୍ଡ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥାନ୍ତା ତାହା ହେଲେ ଏଭଳି ହତ୍ୟାକାଣ୍ଡ ଘଟି ନ ଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ