ଅପସରା ଦେବୀଙ୍କ ଦ୍ଵାଦଶାହ ଦିବସରେ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ୱାର୍ଡ ନଂ ୧୫ ଶ୍ରୀଧର ନଗର ନିବାସୀ ଧର୍ମପରାୟଣ ମହିଳା ଅପସରା ଦେବୀଙ୍କ ଦ୍ଵାଦଶାହ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି. ଆଜି ତାଙ୍କରି ନିବାସ ଠାରେ ପ୍ରସାଦ ଠାରେ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହରର ଏବଂ ପଡୋଶୀ ଆନ୍ଧ୍ର ପ୍ରଦେଶର ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର ରାଜନେତା, ବହୁ ସମାଜସେବୀ, ସାମ୍ବାଦିକ ଏଥିରେ ଯୋଗଦେଇ ଦ୍ଵାଦଶାହ ଦିବସ ପାଳନ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ. ସ୍ବର୍ଗତ ଅପସରା ଦେବୀ ଗଜପତି ଜିଲ୍ଲା ଯୋଗାଣ ବିଭାଗର ବରିଷ୍ଠ କର୍ମକର୍ତ୍ତା ଶଙ୍କରଲାଲ ସୋରେନଙ୍କ ମାତା ଅଟନ୍ତି. ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବତନ ମନ୍ତ୍ରୀ ବିଜୟ ରାମରାଜୁଙ୍କ ଶାଶୁ ଅଟନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ