କଣ ହେବ କାଶ୍ମୀର ଭାଗ୍ୟ?

(ଯୁଗାବ୍ଦ ନ୍ୟୁଜ )ସ୍ୱାଧୀନତା ର ୭୨ ପରେ ଜାମ୍ମୁ ଓ କାଶ୍ମୀର ରୁ ଧାରା ୩୭୦ ଉଚ୍ଚେଦ କରିଛନ୍ତି ମୋଦି ସରକର । ଏଥି ସହ ଜାମ୍ମୁ କାଶ୍ମୀର କୁ ଦୁଇଭାଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ସାରା ଦେଶରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି ବିଷୟରେ ଆସନ୍ତା ୭ ତାରିଖରେ ଦେଶବାସୀ ଙ୍କ ପାଖରେ ନିଜର ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ ମୋଦି । ଜାମ୍ମୁ କାଶ୍ମୀର କୁ ଦିଆଯାଉଥିବା ସ୍ୱତନ୍ତ୍ର ଅଧିକାର ବା ଧାରା ୩୭୦ କୁ ଉଚ୍ଚେଦ ପରେ ଜାମ୍ମୁ କାଶ୍ମୀରେ ଅନେକ ପରିବର୍ତ୍ତନ ହେବ ।

କଣ ସବୁ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା-

-ପୂର୍ବରୁ ଜାମ୍ମୁ କାଶ୍ମୀର କୁ ମିଳୁଥିବା ମାନ୍ୟତା ଆଉ ମିଳିବ ନାହିଁ ।
-ଜାମ୍ମୁ କାଶ୍ମୀର ଅଲଗା ସମ୍ବିଧାନ ରହିବ ନାହିଁ । ପୂର୍ବରୁ ଜାମ୍ମୁ କାଶ୍ମୀରରେ ସ୍ୱତନ୍ତ୍ର ସମ୍ବିଧାନ ଚାଲୁଥିଲା ।
– ବିଧାନସଭା ର କାର୍ଯ୍ୟକାଳ ୬ ବର୍ଷ ରୁ ୫ ବର୍ଷ ରହିବ କାଶ୍ମୀରର ସ୍ୱତନ୍ତ୍ର ପତକା ପରିବର୍ତ୍ତେ ତ୍ରିରଙ୍ଗା ରହିବ ।
– ରାଜ୍ୟପାଳ ଶାସନ ପରିବର୍ତ୍ତେ ରାଷ୍ଟ୍ରପତି ଶାସନ ଜାରି ହେବ ।
-ପୂର୍ବରୁ ଅନ୍ୟ ପ୍ରଦେଶ ର ଲୋକମାନେ ସମ୍ପତ୍ତି କିଣି ପାରୁ ନଥିଲେ । ଏବେ କିନ୍ତୁ କିଣି ପାରିବେ । ଜାମ୍ମୁ କାଶ୍ମୀର ନାଗରିକ ମାନଙ୍କୁ ଦୁଇ ପ୍ରକାର ନାଗରିକତ ମିଳୁଛି ଏହା ଏବେ ଉଠିବା ପରେ କେବଳ ଭାରତୀୟ ନାଗରିକତ୍ୱ ମିିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ